ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ସମ୍‌ ନର୍ସିଂ କଲେଜ୍‌ର ବିଭିନ୍ନ ବିଭାଗରେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର୍‌ ଏବଂ ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ଆସନ୍ତା ୭ ଦିନ ମଧ୍ୟରେ ଆବେଦନ କରିବାକୁ ବିଜ୍ଞାପନରେ କୁହାଯାଇଛି।

  • ଏହି ନିଯୁକ୍ତି ଶିକ୍ଷା ଓ ଅନୁସନ୍ଧାନ ତରଫରୁ ଦିଆଯିବ।
  • ନିଯୁକ୍ତି ଦିଆଯାଉଥିବା ବିଭାଗଗୁଡ଼ିକ ହେଲା ମେଡିକାଲ ସର୍ଜିକାଲ ନର୍ସିଂ, ମେଣ୍ଟାଲ୍‌ ହେଲ୍‌ଥ୍‌ ନର୍ସିଂ, ଚାଇଲ୍ଡ ହେଲ୍‌ଥ୍‌ ନର୍ସିଂ ଏବଂ କମ୍ୟୁନିଟି ହେଲ୍‌ଥ୍‌ ନର୍ସିଂ।

ଯୋଗ୍ୟତା:

  • ପ୍ରଫେସର– ଏମ୍‌ଏସି ନର୍ସିଂ କରିବା ସହ ଅତିକମ୍‌ରେ ୧୦ ବର୍ଷର ଅଭିଜ୍ଞତା ଥିବ ଏବଂ ୭ ବର୍ଷ ପାଠ ପଢ଼ାଇଥିବେ। ପିଏଚ୍‌ଡି ପ୍ରାର୍ଥୀମାନଙ୍କୁ ପ୍ରାଧାନ୍ୟ ଦିଆଯିବ।
  • ଆସୋସିଏଟ୍‌ ପ୍ରଫେସର୍‌– ଏମ୍‌ଏସି ନର୍ସିଂ କରିବା ସହ ଅତିକମ୍‌ରେ ୮ ବର୍ଷର ଅଭିଜ୍ଞତା ଥିବ ଏବଂ ୫ ବର୍ଷ ପାଠ ପଢ଼ାଇଥିବେ। ପିଏଚ୍‌ଡି ପ୍ରାର୍ଥୀମାନଙ୍କୁ ପ୍ରାଧାନ୍ୟ ଦିଆଯିବ।
  • ଆସିଷ୍ଟାଣ୍ଟ ପ୍ରଫେସର୍‌– ଏମ୍‌ଏସି ନର୍ସିଂ କରିବା ସହ ୩ ବର୍ଷ ପାଠ ପଢ଼ାଇଥିବେ। ପିଏଚ୍‌ଡି ପ୍ରାର୍ଥୀମାନଙ୍କୁ ପ୍ରାଧାନ୍ୟ ଦିଆଯିବ।

ଆବେଦନ ପ୍ରକ୍ରିୟା:

ଏହି ବିଜ୍ଞପ୍ତି ମାର୍ଚ୍ଚ ୫ରେ ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ନିଜର ବାୟୋଡାଟା ଆସନ୍ତା ୭ ଦିନ ମଧ୍ୟରେ hr@soa.ac.in କୁ ପଠାଇ ପାରିବେ।

Comment