ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତି ମହିଳାଙ୍କ ପାଇଁ ବ୍ରଣ ଓ ବ୍ରଣର ଦାଗ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ତ୍ୱଚାରେ ବ୍ରଣର ଦାଗ ଦୂର କରିବା ମହିଳାମାନେ ବିଭିନ୍ନ ରାସାୟନିକ ପ୍ରଡକ୍ଟ ବ୍ୟବହାର କରିଥା’ନ୍ତି। ହେଲେ କିଛି ଘରୋଇ ଉପଚାରରେ ଆପଣ ବ୍ରଣ ଓ ଏହାର ଦାଗକୁ ଦୂର କରିପାରିବେ।

ବେସନ ଓ ଦହି

ବେସନରେ ସଫା କରିବାର ପ୍ରପଟି ଥାଏ। ଏହା ତ୍ୱଚାକୁ ସଫା କରିବା ସହ ପିଏଚ୍‌ ଲେବୁଲକୁ ସନ୍ତୁଳନ ରଖିଥାଏ। ଦହିରେ ଲାକ୍ଟିକ୍‌ ଏସିଡ୍‌ ଭରପୂର ମାତ୍ରାରେ ଥାଏ, ଯାହା ତ୍ଵଚାରେ ଥିବା ଚିଦ୍ରକୁ ସଫା କରିବା ସହ ବ୍ରଣର ଦାଗ ଦୂର କରିଥାଏ।

ଲେମ୍ବୁ

ଲେମ୍ବୁ ରସ ବ୍ରଣ ଏବଂ ବ୍ରଣ ଦାଗ ପାଇଁ ଏକ ଭଲ ଉପଚାର। ଲେମ୍ବୁ ରସରେ ଥିବା ଭିଟାମିନ୍ ସି ବ୍ରଣକୁ କମ୍ ଏବଂ ଚର୍ମ ଉଜ୍ଜ୍ୱଳ ଏବଂ ଦାଗ ଦୂର କରିଥାଏ।

ଏହାକୁ ଆପଣ ସପ୍ତାହକୁ ତିନି ଥର କରିପାରିବେ।

ଜଡ଼ା ତେଲ

ଜଡ଼ା ତେଲରେ ଏମେଗା ୩ ଫ୍ୟାଟି ଏସିଡ୍‌ ଓ ଭିଟାମିନ୍‌ ଇ ଭରପୂର ମାତ୍ରାରେ ଥାଏ। ଜଡ଼ା ତଲେ ତ୍ୱଚାକୁ ଚିକ୍କଣ କରିବା ସହ ବ୍ରଣ ଦାଗ ଦୂର କରିଥାଏ।

ଏହାକୁ ସପ୍ତାହରେ ୨ରୁ ୩ ଥର ବ୍ୟବହାର କରିପାରିବେ।

ମହୁ ଓ ଡାଲଚିନି

ମହୁ ଆପଣଙ୍କ ତ୍ୱଚାକୁ ଚିକ୍କଣ କରିବା ସହ ଚର୍ମରେ ଥିବା ଆଦ୍ରତା ରକ୍ଷା କରିଥାଏ। ମହୁରେ ଆଣ୍ଟି ଅକ୍ସିଡାଣ୍ଟ ଆଣ୍ଟି ବ୍ୟାକ୍ଟେରିଆଲ ପ୍ରପଟି ତ୍ୱଚାରେ ଚମକ ଆଣିବା ସହ ବ୍ରଣ ଦାଗ ଦୂର କରେ। ଉଭୟ ମହୁ ଓ ଡାଲଚିନି ବ୍ରଣକୁ ଦୂର କରିବା ସହ ଦାଗ ଦୂର କରିଥାଏ।

 ନଡ଼ିଆ ତେଲ

ନଡ଼ିଆରେ ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌ ଇ ଭରି ରହିଥାଏ। ଏହା ତ୍ୱଚାରୁ ଦାଗ ଦୂର କରିବା ସହ ଚର୍ମକୁ କୁଞ୍ଚନ ହେବାକୁ ଦିଏ ନାହିଁ।

ଆଲୋଭେରା

ସମସ୍ତ ତ୍ୱଚାଜନିତ ସମସ୍ୟା ପାଇଁ ଆଲୋଭେରା ମ୍ୟାଜିକ୍‌ ଭଳି କାମ କରିଥାଏ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟିଇନ୍‌ଫ୍ଲାମେଟୋରି ପ୍ରପଟି ଥାଏ ଯାହା ତ୍ୱଚାକୁ ସଫା କରିଥାଏ। ଏହାସହ ତ୍ୱଚାକୁ ଜୀବାଣୁରୁ ରକ୍ଷା ଦେଇଥାଏ।

କମଳା ଚୋପା ଗୁଣ୍ଡ

କମଳା ଚୋପା ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ। କମଳା ଚୋପା ତ୍ୱଚାରୁ ଦାଗ ଦୂର କରିବାରେ ବେଶ୍‌ ସହାୟକ ହୋଇଥାଏ।

Comment