ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚେକ୍‌ରେ ଦସ୍ତଖତ କରୁଥିଲେ ହୋଇଯାଆନ୍ତୁ ସାବଧାନ। ନେହେଲେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇ ପାରେ। ମ୍ୟାଜିକ ପେନ୍‌ରେ ଦସ୍ତଖତ କରାଇ ଦୁର୍ବୃତ୍ତ ଲୁଟି ନେଉଛନ୍ତି ଟଙ୍କା। ଏଭଳି ଏକ ଅଭିନବ ଲୁଟ୍‌ର ଶିକାର ହୋଇଛନ୍ତି ଭୁବନେଶ୍ଵର ଖଣ୍ଡଗିରି ଅଞ୍ଚଳର ସୋମନାଥ ସାହୁ। ଏଭଳି ଲୁଟ୍‌ କରୁଥିବା ଏକ ଗ୍ୟାଙ୍ଗ ରାଜଧାନୀରେ ସକ୍ରିୟ ଥିବା କୁହାଯାଉଛି।

ମାର୍ଚ୍ଚ ୪ ତାରିଖରେ ସୋମନାଥଙ୍କ ପାଖକୁ ଲକ୍ଷେ ଟଙ୍କାର ପର୍ସନାଲ ଲୋନ ପାଇଁ ଏକ କଲ୍‌ ଆସିଥିଲା। ନିଜକୁ ବିକାଶ ସିଂ ଓ ଘରୋଇ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ପରେ ସୋମନାଥଙ୍କୁ ଲୋଭନୀୟ ଅଫର୍‌ ମଧ୍ୟ ଦେଇଥିଲେ। ଏଥିରେ ସୋମନାଥ ରାଜି ହୋଇ ଯାଇଥିଲେ। ତାପରଦିନ ସୋମନାଥଙଅଖ ଅଫିସକୁ ଜଣେ ଲୋକ ପହଞ୍ଚି କାଗଜ ପତ୍ର ପ୍ରୋସେସିଂ କରାଇ ନେଇଥିଲା। କିଛି ସମୟ ପରେ ସୋମନାଥଙ୍କ ଆକାଉଣ୍ଟରେ ଥିବା ଟଙ୍କା ଗାଏବ ହୋଇଯାଇଥିଲା।

ପରେ ଏନେଇ ସୋମନାଥ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ ପାଇଁ ସୋମନାଥଙ୍କ ଅଫିସର ସିସିଟିଭି ଯାଞ୍ଚ କରିଥିଲା। ଏଥିରେ ସବୁ ସତ ସାମ୍ନାକୁ ଆସିଥିଲା। କାଗଜପତ୍ର ଯାଞ୍ଚ ପାଇଁ ଆସିଥିବା ଯୁବକ ଜଣକ ସୋମନାଥଙ୍କୁ ଦୁଇଟି ଚେକ୍‌ ଦେଇଥିଲେ। ଗୋଟିଏ ପ୍ରୋସେସିଂ ବାବଦକୁ ୧୦୦ ଟଙ୍କାର ଚେକ ଥିବା ବେଳେ ଅନ୍ୟଟି କ୍ୟନସେଲ ଚେକ୍‌ ଥିଲା।

କ୍ୟାନସେଲ ଚେକ୍‌ରେ ଚାଲାକି କରି ମ୍ୟାଜିକ ପେନ୍‌ରେ କ୍ୟାନସେଲ ବୋଲି ଲେଖାଯାଇଥିଲା। ଯେଉଁଥିରେ ସୋମନାଥ ଦସ୍ତଖତ କରିଦେଇଥିଲେ। କିଛି ସମୟ ପରେ କ୍ୟାନସେଲ ଲେଖାଟି ଚେକ୍‌ରୁ ଉଭାନ ହୋଇଯିବା ପରେ ଚେକ୍‌ ଜରିଆରେ ଆକାଉଣ୍ଟରେ କଳାକନା ବୁଲାଇଥିଲେ ଦୁର୍ବୃତ୍ତ।

LEAVE A REPLY

Please enter your comment!
Please enter your name here