ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କରୋନା ସଂକ୍ରମଣରେ ସମଗ୍ର ବିଶ୍ଵ ଥରହର ହେଉଥିବା ବେଳେ ତାହାର ପ୍ରଭାବ ଓଡିଶାରେ ଦେଖିବାକୁ ମିଳିଛି। ହେଲେ କୋଣାର୍କକୁ ପ୍ରତ୍ୟକ ଦିନ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି। କିନ୍ତୁ କରୋନା ପ୍ରତି ପର୍ଯ୍ୟଟକଙ୍କୁ କୌଣସି ସଚେତନତା କିମ୍ଵା ଯାଞ୍ଚ କରୁନି ପ୍ରଶାସନ। ଯାହା ଫଳରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି।

କୋରୋନା ଭାଇରସ୍‌କୁ ନେଇ କୋଣାର୍କରେ ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସଧାରଣ ଜନତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରଶାସନ କୋରୋନାକୁ ନେଇ ତୁରନ୍ତ ତତ୍ପରତା ଦେଖାଇବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଭାରତରେ ୩୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ଓଡ଼ିଶା ସରକାର ମଧ୍ୟ ଏହି ରୋଗକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏୟାରପୋର୍ଟରେ ମଧ୍ୟ କଡ଼ା ଯାଞ୍ଚ କରାଯାଉଛି। ସେହିପରି କୋଣାର୍କରେ ବିଦେଶୀ ପର୍ଯ୍ୟଟକଙ୍କୁ ଯାଞ୍ଚ ପାଇଁ ଦାବି କରାଯାଉଛି।

Comment