ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ୧୦ ଟଙ୍କାରେ ବିକ୍ରି ହେଉଛି କୁକୁଡ଼ା କେଜି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳରେ। କୋରୋନା ଭାଇରସ୍‌ ଭୟରେ ଲୋକେ ଖାଉନାହନ୍ତି କୁକୁଡ଼ା ମାଂସ। ଫଳରେ ଦୋକାନୀ କମ୍‌ ଦାମ୍‌ରେ ବିକିବାକୁ ବାଧ୍ୟ ହେଉଛନ୍ତି। ଏହାର ପ୍ରଭାବ ମଧ୍ୟ କୁକୁଡ଼ା ଚାଷ ଉପରେ ପଡ଼ିଛି।

ବାର୍ଡ ଫ୍ଲୁ ଯୋଗୁଁ କୁକୁଡ଼ା ବିକ୍ରି ବନ୍ଦ ହୋଇଯାଇଥିଲା। ହେଲେ କୋରୋନା ଭୟରେ ମଧ୍ୟ ଏବେ ଲୋକେ କୁକୁଡ଼ା ମାଂସ ଖାଇବା ଛାଡ଼ିଦେଇଛନ୍ତି। ଫଳରେ କୁକୁଡ଼ା ଚାଷୀ ଓ ଦୋକାନୀଙ୍କୁ ଷତି ସହିବାକୁ ପଡୁଛି। କୁକୁଡ଼ା ଦାମ୍‌ଠାରୁ ଦାନା ଦାମ୍‌ ଅଧିକ ହେଉଥିବାରୁ ମାଲିକମାନେ ବାଧ୍ୟ ହୋଇ କମ୍‌ ଦାମ୍‌ରେ କୁକୁଡ଼ାକୁ ବିକ୍ରି କରି ଦେଉଛନ୍ତି।

କୋରୋନା ଭାଇରସ୍‌ ବର୍ତ୍ତମାନ ଭାରତରେ କାୟା ବିସ୍ତାର କରି ଚାଲିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୪୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ହେଲେ ଓଡ଼ିଶାକୁ ଏହା ଆସିପାରିନାହିଁ। ହେଲେ ଏହି ରୋଗରୁ ବଞ୍ଚିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି।

Comment