ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବଡ କାଞ୍ଜିଆ ଗାଁ ମୁଣ୍ଡରେ ଗୁଳିକାଣ୍ଡ ଘଟିଛି। ରବିବାର ବିଳମ୍ବିତ ରାତିରେ ଦୁବୃର୍ତ୍ତଙ୍କ ଗୁଳିମାଡ଼ରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ନୟାଗଡ଼ର ସୁରେନ୍ଦ୍ର ବେହେରା ଓରଫ ପୁରିଆ (୪୦ )।

ବଡକାଞ୍ଜିଆ ଗାଁରେ ସୁରେନ୍ଦ୍ରଙ୍କର ଶ୍ୱଶୂର ଘର।  ସେ ତାଙ୍କ ଶ୍ୱଶୂର ଘରେ ରହୁଥିଲେ। ସତ୍ୟବାଦୀ ଛକରେ ଗୋଟିଏ ଢାବାରେ କାମ କରୁଥିଲେ। ରବିବାର ଢାବାରେ କାମ ସାରି ବିଳମ୍ବିତ ରାତିରେ ଘରକୁ ଫେରିବା ବେଳେ ଗାଁ ମୁଣ୍ଡରେ କେହି ଦୁର୍ବୃତ୍ତ ତାଙ୍କୁ ଗୁଳି ମାରିଥିଲେ। ସୋମବାର ସକାଳୁ ରାସ୍ତାକଡ଼ ପଡ଼ିଆରୁ ତାଙ୍କ ମୃତଦେହ ମିଳିଥିଲା।

ଖବରପାଇ ସତ୍ୟବାଦୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଢାବା ମାଲିକଙ୍କ ସମେତ ଅନ୍ୟ ୪ ଜଣଙ୍କୁ ସନ୍ଦେହରେ ଅଟକ ରଖି ପୁଲିସ ପଚରାଉଚୁରା କରୁଛି।

Comment