ଓଡ଼ିଶାଲାଇଭ୍‌ ବ୍ୟୁରୋ

ହୋଲିରେ ସକାଳୁ ଚାଲିବନି ମୋ’ ବସ। ଦିନ ୨ଟା ପର୍ଯ୍ୟନ୍ତ ମୋ’ ବସ୍ ସେବା ବନ୍ଦ ରଖିବାକୁ କ୍ରୁଟ୍ କର୍ତ୍ତୁପକ୍ଷ ନିଷ୍ପତ୍ତି ନେଇଛନ୍ତି।

ମଙ୍ଗଳବାର ଲୋକମାନେ ହୋଲି ପାଳନ କରି ସ୍ଥିତି ସ୍ୱାଭାବିକ ହେବା ପରେ ଦିନ ୨ଟାରୁ ପୁଣି ମୋ’ ବସ୍ ଚଳାଚଳ କରିବା ବୋଲି କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ହୋଲି ପାଇଁ ମଙ୍ଗଳବାର ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ଥିବା ମୋ’ ବସ୍ ପାସ୍ କାଉଣ୍ଟର ମଧ୍ୟ ବନ୍ଦ ରହିବ।

ହୋଲିକୁ ଦୃଷ୍ଟିରେ ରଖି କ୍ରୁଟ୍ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Comment