ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବିଦ୍ୟୁତ୍‌ ଆଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଦୁର୍ଯ୍ୟୋଧନ ମଲ୍ଲିକ।

ସୂଚନା ଅନୁଯାୟୀ, ବ୍ରହ୍ମପୁର ଗୁଂଠବନ୍ଧ ଗ୍ରାମର ଦୁର୍ଯ୍ୟୋଧନ ମଲ୍ଲିକ ଓ ଅନ୍ୟ ୪ ଜଣ ବ୍ୟକ୍ତି ରବିବାର ବିଳମ୍ବିତ ରାତିରେ ଦକ୍ଷୀଣପୁର ୱାଟର ଟ୍ରିଟମେଣ୍ଟ ପ୍ଳାଣ୍ଟ ନିକଟରେ ବାର୍‌ହା ଶିକାର ପାଇଁ ଯାଇଥିଲେ। ହେଲେ ପରିବା ଚାଷ କ୍ଷେତରେ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ହୋଇଥିଲା।

ଅନ୍ୟ ୪ ଜଣ ବ୍ୟକ୍ତି ବିଦ୍ୟୁତ ଆଘାତରେ ଆହତ ହୋଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ।

Comment