ଓଡ଼ିଶାଲାଇଭ୍‌ ବ୍ୟୁରୋ

ହୋଲି ପାଇଁ ରାଜଧାନୀ ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ନିରାପଦ ହୋଲି ପାଳନ ନେଇ କମିସନରେଟ୍‌ ପୋଲିସ ସତର୍କ କରାଯାଇଛି। ଦ୍ରୁତ ଗାଡ଼ି ଚାଳନା ଓ ମଦ୍ୟପଙ୍କ ଉପରେ ନଜର ରଖିବ ପୋଲିସ। ଏନେଇ ହୋଲିରେ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ।

ଏହାସହ ୧୭ଟି ପୋଲିସ ଭ୍ୟାନ ପେଟ୍ରୋଲିଂ ପାଇଁ ରହିବେ ଓ ୨୮ଟି ସ୍ଥାନରେ କଡ଼ାକଡ଼ି ଯାଞ୍ଚ କରାଯିବ। ହୋଲି ବେଳେ ସତର୍କତା ଅବଲମ୍ଵନ ପାଇଁ ଭୁବନେଶ୍ଵର ଡିସିପି ଅନୁପ ସାହୁ ପରାମର୍ଶ ଦେଇଛନ୍ତି। ହୋଲିରେ ପୂର୍ବ ଭଳି ଟ୍ରାଫିକ ଚେକିଂ ମଧ୍ୟ ଜାରି ରହିବ।

ମଙ୍ଗଳବାର ସାରା ଦେଶ ହୋଲି ପାଳନ କରିବ। ଚାରିଆଡ଼େ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଲୋକମାନେ କିଭଳି ସୁରକ୍ଷିତ ହୋଲି ଖେଳିବେ ସେନେଇ ମଧ୍ୟ ପରାମର୍ଶ ଦିଆଯାଇଛି। ସେହିପରି ଭୁବନେଶ୍ଵରରେ ମଧ୍ୟ ସୁରକ୍ଷିତ ହୋଲି ପାଇଁ କମିସନରେଟ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି।

Comment