ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ଅଭାବନୀୟ କାଣ୍ଡ। ନୟାପଲ୍ଲୀ ଥାନା ଆଗରେ ମହିଳାଙ୍କ ଆତ୍ମାହୂତି ଉଦ୍ୟମ କରିଛନ୍ତି। ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି। ମହିଳା ଜଣକ ସ୍ଵାମୀ ପରିତ୍ୟକ୍ତା ବୋଲି ଜଣାପଡ଼ିଛି। ମହିଳା ପାରିବାରିକ କଳହରୁ ଆତ୍ମାହୂତି କରିଥିବା ସୂଚନା ମିଳିଛି।

ମହିଳା ଜଣକ ସାଲିଆ ସାହିର ଜଣେ ପୁରୁଷଙ୍କ ସହ ଥାନାକୁ ଆସିଥିଲେ। ଆତ୍ମାହୂତି ପରେ ତାଙ୍କୁ ଉଦ୍ଧାର କରି ଆମ୍ଵୁଲାନ୍ସରେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପୂର୍ବରୁ ବ୍ରହ୍ମପୁରରେ ଏଭଳି ଏକ ଘଟଣା ଘଟିଥିଲା। ପୁଅକୁ ନ୍ୟାୟ ଦେବା ପାଇଁ ଏସ୍‌ପିଙ୍କ ଅଫିସ ଆଗରେ ଆତ୍ମାହୂତି ଉଦ୍ୟମ କରିଥିଲେ ବିଜେଡି ମହିଳା ନେତ୍ରୀ ମିନାକ୍ଷୀ ମିଶ୍ର। ପରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Comment