ଓଡ଼ିଶାଲାଇଭ୍‌ ବ୍ୟୁରୋ

ହୋଲିରେ ଘଟିଲା ଅଘଟଣ। ଗାଧୋଇଲା ବେଳେ କାଠଯୋଡ଼ି ନଦୀରେ ବୁଡ଼ି ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। କଟକ ବୈୟାଳିଶି ମୌଜା ନିକଟରେ ଗାଧୋଉଥିଲା ବେଳେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଦ୍ଵାରା ଉଭୟ ଯୁବକଙ୍କୁ ଖୋଜାଖୋଜି କରାଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଛି।

ହୋଲି ଖେଳି ସାରିବା ପରେ ଯୁବକ ଦୁଇଜଣ ଗାଧୋଇବା ପାଇଁ ବୈୟାଳିଶମୌଜା ପାଖ କାଠଯୋଡ଼ି କୂଳକୁ ଯାଇଥିଲେ। ସେଠାରେ କୌଣସି କାରଣରୁ ନଦୀରେ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକ ଏହା ଦେଖି ଅଗ୍ନୀଶମ ବାହିନୀକୁ ଖବର ଦେଇଥିଲେ।

ପରେ ଅଗ୍ନୀଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପରେ ଯୁବକ ଦୁଇଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comment