ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଲିଠୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ। ଏହି ୩ ଟିକିଆ ମ୍ୟାଚ ବିଶିଷ୍ଟ ସିରିଜର କାଲି ପ୍ରଥମ ମ୍ୟାଚ। ଏହି ମ୍ୟାଚ ଧର୍ମଶାଳାରେ ଖେଳାଯିବ। ଉଭୟ ଦଳ ଧର୍ମଶାଳାରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି। ପ୍ରଥମ ମ୍ୟାଚ ଜିତି ଦୁଇ ଦଳ ଆଗୁଆ ରହିବାକୁ ଲକ୍ଷ୍ୟ ରଖିଛନ୍ତି।

ଏହି ମ୍ୟାଚ ଭାରତରେ ହେଉଥିବାରୁ ଘରୋଇ ଭାରତୀୟ ଦଳ ଏହାର ଫାଇଦା ଉଠାଇବା ଲକ୍ଷ୍ୟରେ ରହିବ। ସେହିପରି ଭାରତ ମଧ୍ୟ ପୂର୍ବରୁ ଦିନିକିଆରେ ଭଲ ପ୍ରଦର୍ଶନ କରିଛି। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟୀ ହୋଇ ଦଳ ଏହି ସିରିଜ ହାସଲ କରିବା ଲକ୍ଷ୍ୟରେ ରହିବ।

ଏଥର ଦଳରେ ଦ୍ରୁତ୍ ବୋଲର ଭୁବନେଶ୍ୱର କୁମାର ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାନ ମିଳିଛି। ଅନ୍ୟପଟେ ଦ୍ରୁତ୍ ବୋଲର ଭୁବନେଶ୍ୱର କୁମାର ମଧ୍ୟ ଦଳକୁ ଫେରିଛନ୍ତି। ସେହିପରି ଆହତ ସମସ୍ୟାରୁ ଉଦ୍ଧାର ପାଇଥିବା ଶିଖର ଧାୱନ ମଧ୍ୟ ଦଳକୁ ଫେରିଛନ୍ତି। ହେଲେ ଦଳରୁ ପ୍ରମୁଖ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଦଳରୁ ବାଦ ପଡ଼ିଛନ୍ତି।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, କେ ଏଲ୍ ରାହୁଲ, ପୃଥ୍ୱୀ ସ, ମନିଷ ପାଣ୍ଡେ, ଶ୍ରେୟାସ ଆୟାର, ରିଷଭ ପନ୍ତ, ହାର୍ଦ୍ଧିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ, ଜଶପ୍ରୀତ ବୁମରା, ନବଦୀପ ସୈନୀ, କୁଲଦୀପ ଯାଦବ ଓ ଶୁଭମନ୍ ଗିଲ୍

Comment