ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସର ୭ ଜଣ ସାଂସଦଙ୍କ ଉପରେ ଲାଗିଥିବା ନିଲମ୍ବନ ପ୍ରତ୍ୟାହାର କଲେ ବାଚସ୍ପତି ଓମ ବିର୍ଲା। ଗୃହରେ ଏନେଇ ସ୍ୱତନ୍ତ୍ର ପ୍ରସ୍ତାବ ଆଣିବା ପରେ ବାଚସ୍ପତି ସାଂସଦମାନଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି।

ବୁଧବାର ଲୋକସଭା ଅଧିବେଶନ ଆରମ୍ଭ ହେବା ପରେ ଏହାକୁ ନେଇ କଂଗ୍ରେସ ସାଂସଦମାନେ ଗୃହରେ ହଟ୍ଟଗୋଳ ଆରମ୍ଭ କରିଥିଲେ। ଏହାକୁ ଅନ୍ୟ କେତେକ ସାଂସଦମାନେ ମଧ୍ୟ ସମର୍ଥନ ଜଣାଇଥିଲେ। ଫଳରେ ଲୋକସଭାରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ଠିକ୍ ଭାବେ ଚାଲିପାରିନଥିଲା। ତେଣୁ ବାଚସ୍ପତି ସାଂସଦମାନଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଥିଲେ।

ମାର୍ଚ୍ଚ ୫ ତାରିଖରେ ଦିଲ୍ଲୀ ହିଂସାକୁ ନେଇ ୭ ଜଣ କଂଗ୍ରେସ ସାଂସଦ ଗୃହରେ ହଟ୍ଟଗୋଳ କରିଥିଲେ। ଫଳରେ ଗୃହକୁ ବାରମ୍ବାର ବାରମ୍ବାର ମୂଲତବୀ ଘୋଷଣା କରିବାକୁ ପଡ଼ିଥିଲା। ଶେଷରେ ବାଧ୍ୟ ହୋଇ ବାଚସ୍ପତି ଏହି ସାଂସଦମାନଙ୍କୁ ଗୃହରୁ ନିଲମ୍ବନ କରିଥିଲେ। ସାଂସଦମାନଙ୍କ ଉପରେ ଲାଗିଥିବା ଏହି ନିଲମ୍ବନକୁ ହଟାଇ ଦିଆଯାଇଛି।

Comment