ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅପରିଷ୍କାର କରିଥିବାରୁ ମଦ ଦୋକାନକୁ ୧ ଲକ୍ଷ ଟଙ୍କା ଜରିମାନା। ବ୍ରହ୍ମପୁରରେ କର୍ପୋରେସନ ରୋଡରେ ଥିବା ଏକ ଦେଶୀ ମଦ ଦୋକାନକୁ ଏହି ଫାଇନ କରିଛନ୍ତି ଜିଲ୍ଲାପାଳ। ମଦ ଦୋକାନ ଆଗରେ ପଲିଥିନ ପଡ଼ିଥିବା ଅଭିଯୋଗରେ ଏହି ଜରିମାନା କରାଯାଇଛି। ମଦ ଦୋକାନ ସମେତ ଅନ୍ୟ ୪ ଜଳିଖିଆ ଦୋକାନକୁ ୧୦ ହଜାର ଲେଖାଏଁ ଜରିମାନା ହୋଇଛି।

ଗୁରୁବାର ସକାଳେ ସାଇକେଲରେ ସଫେଇ କାମର ତଦାରଖ କରିବାକୁ ବାହାରିଥିଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ତଦାରଖ ସମୟରେ ଜିଲ୍ଲାପାଳଙ୍କ ନଜରରେ ମଦ ଦୋକାନ ଆସିଥିଲା।

ମଦ ଦୋକାନ ସମ୍ମୁଖରେ ଅପରିଷ୍କାର ହୋଇଥିବାରୁ  ଜିଲ୍ଲାପାଳ ଫାଇନ କରିଥିଲେ। ଏହାପୂର୍ବରୁ ଜିଲ୍ଲାପାଳ ଏକ ବିଦେଶୀ ମଦ ଦୋକାନକୁ  ୧ ଲକ୍ଷ ଟଙ୍କା ଜରିମାନା କରିଥିଲେ। ଗଞ୍ଜାମ ଜିଲ୍ଲାରେ ସ୍ୱଚ୍ଛତା ଆଣିବାକୁ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି।

Comment