ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ମୁଣ୍ଡପିଛା ଆୟରେ କେନ୍ଦୁଝର ପ୍ରଥମ। କୃଷି, ଶିଳ୍ପ ସବୁ କ୍ଷେତ୍ରରେ କେନ୍ଦୁଝର ପ୍ରଥମ ସ୍ଥାନରେ ରହିଛି। ଗୁରୁବାର ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା।

୨୦୦୪ – ୦୫ ଆର୍ଥିକ ବର୍ଷ ଆଧାରରେ କେନ୍ଦୁଝର ଆଗରେ ଥିବା ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ। କେନ୍ଦୁଝର ପଛକୁ ସୁନ୍ଦରଗଡ଼, ଅନୁଗୁଳ ଜିଲ୍ଲା ରହିଛି ବୋଲି ସେ କହିଛନ୍ତି।

ବିଧାନସଭା ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ଆହୁରି ଅନେକ ପ୍ରସଙ୍ଗ ଉଠିଛି। ଚିଠଫଣ୍ଡ, ଚେକଡ୍ୟାମ ଅଚଳ, ଧାନମଣ୍ଡ ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇଛି।

Comment