ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ଗୋଦାବରୀଶନଗରର ଶୁଭାଶିଷ ପାତ୍ର ଅପହ୍‌ରଣ ମାମଲାରେ ୨ଜଣ ଗିରଫ। ଗିରଫ ଅଭିଯୁକ୍ତମାନେ ହେଲେ ପୋଲସରାର ବାଲାଜୀ ବେହେରା ଓ ଶିବାଜୀ ବେହେରା। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ଗତ ମାର୍ଚ୍ଚ ୭ ତାରିଖ ଦିନ ୧୧ଟାରେ ସ୍ଥାନୀୟ ସିଟି  ହାଇସ୍କୁଲ ନିକଟରୁ ଶୁଭାଶିଷଙ୍କୁ ଅପହରଣ କରି ଅଟକ ରଖିଥିଲେ ଦୁର୍ବୃତ୍ତ। ବାଲାଜୀ ଓ ଶିବାଜୀ ସ୍ଥାନୀୟ ଲଷ୍ମୀନୃସିଂହ ନଗର ୭ ନମ୍ବର ଗଳିରେ ରହୁଥିଲେ। ସେମାନେ ଶୁଭାଶିଷ ପାତ୍ରଙ୍କ ମା’ଙ୍କଠାରୁ ୩ ଲକ୍ଷ ୪୦ ହଜାର ଟଙ୍କା ଦାବି କରୁଥିଲେ। ଟଙ୍କା ଦେଲେ ଶୁଭାଶିଷକୁ ଛାଡ଼ି ଦେବେ ବୋଲି କହୁଥିଲେ।

ପରେ ଶୁଭାଶିଷଙ୍କ ମା’ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ବାଲାଜୀ ଓ ଶିବାଜୀଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳା କୋଡ଼ର ୩୬୪-ଏ, ୩୪୩, ୩୮୬  ଓ ୫୦୬ ଧାରାରେ ମାକଦ୍ଦମା ରୁଜୁ କରାଯାଇଛି।

Comment