ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୧୨, ବିଶ୍ୱ କିଡ୍‌ନି ଦିବସ। ୨୦୦୬ ମସିହାରୁ ଏହି ଦିବସ ପାଳନ ହେଉଛି। ଏହି ଦିନ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମସ୍ତଙ୍କୁ କିଡ୍‌ନି ରୋଗର କାରଣ, ଲକ୍ଷଣ, ଚିକିତ୍ସା ପଦ୍ଧତି ସମ୍ପର୍କରେ ଜଣାଇବା। ଏହି ଅବସରରେ ଆସନ୍ତୁ ଜାଣିବା କିଡ୍‌ନି ବିଷୟର କିଛି ଗୁରୁତ୍ୱପୂର୍ଣ୍ଣ କଥା।

ଆମ ଶରୀରରେ କିଡ୍‌ନି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଶରୀରରେ ଏହା ଫିଲଟର ଭଳି କାମ କରିଥାଏ। ଶରୀରରେ ଥିବା ବର୍ଜ୍ୟବସ୍ତୁକୁ କିଡ୍‌ନି ସଫା କରିଥାଏ।

  • ଉଚ୍ଚ ରକ୍ତଚାପ ଓ ଡାଇବେଟସକୁ ମଧ୍ୟ ଏହା ନିୟନ୍ତ୍ରଣ କରିଥାଏ।
  • ସମସ୍ତଙ୍କ ଶରୀରରେ ଦୁଇଟି କିଡ୍ନି ଥାଏ। କିଡ୍‌ନି ଦେଖିବାକୁ ଶିମ୍ବ ମଞ୍ଜି ଭଳି।
  •  ଏହାର ଲମ୍ବା ୧୧ ସେଣ୍ଟିମିଟର, ଚଡ଼ଡା ୫ ସେଣ୍ଟିମିଟର। ମୋଟେଇ ୩ ସେଣ୍ଟିମିଟର।
  • ଆମ ଦକ୍ଷିଣ ଭାଗ କିଡ୍‌ନି ବାମ ଭାଗ କିଡନିଠାରୁ ଟିକିଏ ଛୋଟ। ପ୍ରତ୍ୟେକ କିଡ୍‌ନିର ଓଜନ ୧୫୦ ଗ୍ରାମ।
  • କିଡ୍‌ନି ଶରୀରରେ ପାଣିର ସନ୍ତୁଳନ ରଖିବାରେ ସାହାଯ୍ୟ କରିଥାଏ। ଏଥିସହିତ ସୋଡିୟମ, ପଟାସିୟମ, ଫସଫରସର ମାତ୍ରା ସନ୍ତୁଳନରେ ସାହାଯ୍ୟ କରେ।
  • କିଡ୍‌ନି ହାଡ଼କୁ ମଜବୁତ କରିବା ପାଇଁ ଭିଟାମିନ ଡି ତିଆରି କରିଥାଏ।

କେଉଁମାନଙ୍କଠାରେ କିଡନି ଖରାପ ହେବାର ଅଧିକ ଆଶଙ୍କା ଥାଏ?

ଯେଉଁମାନଙ୍କଠାରେ ଅଧିକ ଦିନ ଧରି ଡାଇବେଟିସ୍‌ ଥାଏ, ଉଚ୍ଚ ରକ୍ତଚାପ ଥାଏ ସେମାନଙ୍କର କିଡ୍‌ନି ଖରାପ ହେବାର ଅଧିକ ଆଶଙ୍କା ଥାଏ।

ସେହିପରି ବାରମ୍ବାର ପରିସ୍ରା ସଂକ୍ରମଣ ହେଉଥିଲେ, କିଡ୍‌ନିରେ ଷ୍ଟୋନ ଥିଲେ, ଅଧିକ ପେନ କିଲର ଖାଉଥିଲେ ମଧ୍ୟ କିଡ୍‌ନି ଖରାପ ହେବାର ଅଧିକ ଆଶଙ୍କା ଥାଏ।

କିଡ୍‌ନି ରୋଗର ଲକ୍ଷଣ

କିଡ୍‌ନି ସମସ୍ୟା ଏକ ଏମିତି ସମସ୍ୟା ଯାହା ୮୦ ପ୍ରତିଶତ ଖରାପ ନହେବା ଯାଏଁ ଜଣାପଡ଼େନି। ତେବେ କେଉଁ ଲକ୍ଷଣ ଦେଖାହେଲେ ଜଣେ ଜାଣି ପାରିବ ଯେ ସେ କିଡ୍‌ନି ସମସ୍ୟାରେ ପୀଡ଼ିତ, ଆସନ୍ତୁ ଜାଣିବା…

  • ଗୋଡ଼, ହାତ, ମୁହଁ ଫୁଲି ଯାଏ
  • ରକ୍ତହୀତା ଦେଖା ଦିଏ
  • ଦୁର୍ବଳ ଲାଗେ
  • ଦେହ ହାତ କୁଣ୍ଡେଇ ହୁଏ
  • ବାନ୍ତି ଲାଗିବା
  • ଭୋକ ନଲାଗିବା
  • ଅଧିକ ନିଦ ହେବା

ତୁରନ୍ତ କରନ୍ତୁ ପରୀକ୍ଷା

ଯଦି ଏଭଳି କୌଣସି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ପରିସ୍ରା ପରୀକ୍ଷା କରାନ୍ତୁ ଏବଂ ରକ୍ତରେ କ୍ରିଏଟିଙ୍ଗ ପରୀକ୍ଷା କରନ୍ତୁ। ଏହି ପରୀକ୍ଷା କଲେ ଜଣାପଡ଼ିବ ଯେ କିଡ୍‌ନି କିଭଳି କାମ କରୁଛି।

Comment