ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଆକ୍ସନ ମୋଡ୍‌ରେ ବ୍ରହ୍ମପୁର ପୋଲିସ। ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ବ୍ରହ୍ମପୁର ସହର, ଗୋପାଳପୁର ଓ ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲରେ ରାତିଅଧିଆ ଚଢ଼ାଉ ଆରମ୍ଭ ହୋଇଛି। ଅପରାଧୀ ଓ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଜାଣିବାକୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପୋଲିସ କହିଛି।

ହୋଟେଲଗୁଡ଼ିକର ରେଜିଷ୍ଟର ସହିତ ସେଠାରେ ରହୁଥିବା ଲୋକଙ୍କ ପରିଚୟପତ୍ର ମିଳାଇ ଯାଞ୍ଚ କରାଯାଉଛି। ଯଦି କୌଣସି ବ୍ୟକ୍ତିଙ୍କୁ ସନ୍ଦେହ କରାଯିବ, ତାଙ୍କୁ ତୁରନ୍ତ ଥାନାକୁ ନେଇ ପଚରା ଉଚରା କରିବାର ନିର୍ଦ୍ଦେଶ ରହିଛି।

ବ୍ରହ୍ମପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ବ୍ରହ୍ମପୁର ପୋଲିସ ତରଫରୁ ଏହି ପ୍ରୟାସ ଆରମ୍ଭ ହୋଇଛି। ଏନେଇ ରାତିଅଧିଆ ହୋଟେଲଗୁଡ଼ିକରେ ଚଢ଼ାଉ କରାଯାଉଛି।

Comment