ଓଡ଼ିଶାଲାଇଭ୍ ବ୍ୟୁରୋ

ବୌଦ୍ଧ ଜିଲ୍ଲାରେ ଏକ ଯାତ୍ରୀବାସୀ ବସକୁ ୭ଲକ୍ଷ ୭ହଜାର ୨୩୦ଟଙ୍କା ଜରିମାନା କରିଛି ପରିବହନ ବିଭାଗ। ଗୁରୁବାର ଘଣ୍ଟପଡ଼ା ନିକଟରେ ପରିବହନ ବିଭାଗ ଟ୍ରାଫିକ୍ ନିୟମ ଯାଞ୍ଚ କରୁଥିଲା। ସେହି ସମୟରେ ‘ବୁଢ଼ିମା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସକୁ ଓଭରଲୋଡିଂ ଯୋଗୁଁ ଅଟକ ରଖି ମୋଟା ଅଙ୍କର ଜରିମାନା କରିଛି ପରିବହନ ବିଭାଗ।

ଓଭରଲୋଡିଂ ସହ ବସର କାଗଜପତ୍ର ତ୍ରୁଟିପୁର୍ଣ୍ଣ ରହିଥିବା ଜଣା ପଡ଼ିଥିଲା। ଏହାସହ ଗାଡ଼ି ଚାଳକଙ୍କ ଲାଇସେନ୍ସର ବୈଧତା ମଧ୍ୟ ଶେଷ ହୋଇଯାଇଥିଲା। ଏହାପରେ ବସକୁ ଜବତ କରିଥିଲା ପରିବହନ ବିଭାଗ।

ବସର ପଞ୍ଜୀକରଣ ଓ ଫିଟନେସ ପ୍ରମାଣପତ୍ର ନଥିବାରୁ ୫ହଜାର ଜରିମାନା, ଗାଡ଼ିଚାଳକଙ୍କ ଲାଇସେନ୍ସ ନଥିବାରୁ ୫ହଜାର, ପ୍ରଦୂଷଣ ପ୍ରମାଣପତ୍ର ପାଇଁ ୧୦ହଜାର, ବସର ପରମିଟ ନଥିବାରୁ ୧୦ହଜାର, ଇନ୍ସ୍ୟୁରାନ୍ସ ନଥିବାରୁ ୨ହଜାର ଟଙ୍କା ଜରିମାନା କରିଛି ପରିବହନ ବିଭାଗ।

ଏହାଛଡ଼ା ଟ୍ୟାକ୍ସ ଦେଇନଥିବାରୁ ବସ ମାଲିକ ସଞ୍ଜିବ ସାହୁଙ୍କୁ  ୬ଲକ୍ଷ ୭୪ହଜାର ୭୩୦ଟଙ୍କା ଜରିମାନା କରିଛି ପରବହନ ବିଭାଗ। ୨୦୧୮ମସିହା ସେପ୍ଟେମ୍ବର ମାସରୁ ବସର ଟ୍ୟାକ୍ସ ପୈଠ ହୋଇନଥିବା ସୂଚନା ମିଳିଛି।

ମାର୍ଚ୍ଚ ୧ତାରିଖରୁ ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡ଼ି ହୋଇଛି। ଟ୍ରାଫିକ୍ ନିୟମ ଉଲ୍ଳଙ୍ଘନ କରୁଥିବା ଯାନବାହାନମାନଙ୍କୁ ମୋଟା ଅଙ୍କରଜରିମାନା ଦେବାକୁ ପଡ଼ିଛି।

Comment