ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ପାଇଁ ବାତିଲ ହେଲା ବିଜୁ ଜନତା ଦଳର କାର୍ଯ୍ୟକାରିଣୀ କମିଟି ବୈଠକ। ମାର୍ଚ୍ଚ ୧୬ ତାରିଖରେ ହେବାକୁ ଥିବା ଏହି ବୈଠକକୁ ବାତିଲ୍ କରିଦିଆଯାଇଛି। ଏନେଇ ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି।ସାରା ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରି ଚାଲିଛି। ଓଡ଼ିଶାରେ ଏହା ଯେଭଳି କାୟା ବିସ୍ତାର ନକରେ ସେନେଇ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଏଥିପାଇଁ ରାଜ୍ୟର ସମସ୍ତ ସରକାରୀ ସ୍କୁଲ ଓ କଲେଜକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଏଥିସହିତ ବିଭିନ୍ନ ସିନେମା ହଲ୍, ସପିଙ୍ଗ୍ ମଲରେ ମଧ୍ୟ ଲୋକମାନଙ୍କୁ ଦେଖିବାକୁ ମିଳୁନି।

ଭାରତରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ ପହଞ୍ଚିଥିବାବେଳେ। ଏହି ଭାଇରସ୍ କାରଣରୁ ଦୁଇ ଜଣ ମହିଳା ମୃତ୍ୟୁବରଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here