ଓଡ଼ିଶାଲାଇଭ୍ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ନାଟକ ମଞ୍ଚତଳେ ଫୁଟିଲା ବାଣ। ଗଞ୍ଜାମ ଜିଲ୍ଲା ଧରାକୋଟା ଥାନା ଅନ୍ତର୍ଗତ କେ ରାମଚନ୍ଦ୍ରପୁର ଗାଁରେ ନାଟକ ମଞ୍ଚସ୍ଥ ହେଉଥିବାବେଳେ ମଞ୍ଚତଳେ ବାଣଫୁଟି ୭ ଜଣ ଲୋକ ଆହତ ହୋଇଛନ୍ତି।

ରବିବାର ରାତିରେ ଗାଁ’ରେ ମହାଭାରତ ନାଟକ ମଞ୍ଚସ୍ଥ ହେଉଥିଲା। ସକାଳ ହେବା ପୂର୍ବରୁ ହଠାତ୍ ମଞ୍ଚ ତଳେ ଥିବା ବାଣରେ ନିଆଁ ଲାଗିଯାଇଥିଲା। ଯେଉଁ କାରଣରୁ ମଞ୍ଚ ସାମନାରେ ଥିବା ଲୋକମାନେ ଆହତ ହୋଇଥିଲେ। ଆହତମାନେ ହେଲେ ରାଜା ଗୌଡ଼, ଓମ୍ ଗୌଡ଼, ସୁମନ ରେଡୀ, ଚନ୍ଦନ ବିଶୋୟୀ, ଅରୁଣ ବିଶୋୟୀ, ବାବୁ ବିଶୋୟୀ ଓ ବିଜୟ ଗୌଡ଼।

ଆହତମାନଙ୍କୁ ପ୍ରଥମେ ଆସିକା ହସ୍ପିଟାଲ ଓ ପରେ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାର ଅନୁସନ୍ଧାନ କରି କିଭଳି ମଞ୍ଚ ତଳେ ଥିବା ବାଣରେ ନିଆଁ ଲାଗିଲା ସେ ନେଇ ତଦନ୍ତ ଆରମ୍ଭ କରିଛି।

Comment