ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କୋରୋନା ଆତଙ୍କରୁ ଲୋକଙ୍କୁ ସଚେତନ କରାଉଛନ୍ତି ଜଣେ ଚା, ଦୋକାନୀ ଓ ପୂଜକ। ବ୍ରହ୍ମପୁର ସହରରେ ମାସ୍କ ପିନ୍ଧି ଲୋକଙ୍କୁ ସଚେତନର ବାର୍ତ୍ତା ଦେଉଛନ୍ତି। ଚା’ ଦୋକାନୀ ଜଣକ ହେଉଛନ୍ତି ରାମନଗରସ୍ଥିତ ନରସିଂହ ବାଡତ୍ୟା ଓ ଅନ୍ୟଜଣେ ହେଉଛନ୍ତି ନିକଟସ୍ଥ ଶିବମନ୍ଦିରର ପୂଜକ।

ସବୁଆଡେ କରୋନା ଆତଙ୍କ ଖେଳି ଯାଇଥିବା ବେଳେ ସ୍ଥାନୀୟ ରାମନଗର ନିକଟସ୍ଥ ଚା’ ଦୋକାନୀ ନରସିଂହ ବାଡତ୍ୟା ତାଙ୍କ ପାନ ଦୋକାନରେ ମାସ୍କ ପିନ୍ଧି ଗରାଖଙ୍କୁ ଚା’ ଓ ପାନ ବିକି ଚର୍ଚ୍ଚାକୁ ଆସିଛନ୍ତି। ଚା’ ଓ ପାନ ବିକିବା ସାଙ୍ଗକୁ ସେ କରୋନାରୁ କିଭଳି ମୁକ୍ତି ମିଳିବ ତାହା ଲୋକଙ୍କୁ କହୁଛନ୍ତି।

ସେହିଭଳି ରାମନଗର ଶିବ ମନ୍ଦିର ପୂଜକ ମାସ୍କ ପିନ୍ଧି ଠାକୁରଙ୍କୁ ପୂଜାର୍ଚ୍ଚନା ସାଙ୍ଗକୁ କରୋନାର କିଭଳି ପ୍ରତିକାର କରାଯାଇ ପାରିବ ତାହା ଲୋକଙ୍କୁ କହୁଛନ୍ତି। ଚା’ ଦୋକାନୀ ଓ ଶିବ ମନ୍ଦିର ପୂଜକଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ସ୍ୱାଗତ କରାଯାଇଛି।

Comment