ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଯିବେ ରାଜ୍ୟସଭା। ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ନାଁ ସୁପାରିଶ କରିଛନ୍ତି।

ଜଷ୍ଟିସ୍‌ ଗୋଗୋଇ ୧୩ ମାସ କାଳ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିଥିଲେ। ସେ ତାଙ୍କ କାର୍ଯ୍ୟକାଳ ଭିତରେ ମୋଟ ୪୭ଟି ମାମଲାର ରାୟ ଶୁଣାଣି କରିଥିଲେ। ଏହା ଭିତରେ କିଛି ଐତିହାସିକ ମାମଲାର ଶୁଣାଣି ରହିଥିଲା।

ଜଷ୍ଟିସ୍‌ ଗୋଗୋଇ ଅଯୋଧ୍ୟା ମାମଲା, ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆର୍‌ଟିଆଇ ପରିସରଭୁକ୍ତ ହେବ କି ନାହିଁ, ରାଫେଲ ଚୁକ୍ତି, ସାବରିମାଳା ମନ୍ଦିରରେ ମହିଳା ପ୍ରବେଶ ଆଦି ଉପରେ ଶୁଣାଣି କରିଥିଲେ।

ଜଷ୍ଟିସ୍‌ ଗୋଗୋଇ ନଭେମ୍ବର ୧୭ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ପଦରୁ ଅବସର ଗ୍ରହଣ କରିଥିଲେ।

Comment