ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭାଇରସ୍‌ ସମ୍ପର୍କରେ ତାଜା ସୂଚନା ଦେଲେ ରାଜ୍ୟ ସରକାର। ଗତ ୨୪ ଘଣ୍ଟା ଭିତରେ କରୋନା କେତେ ଦେଶକୁ ବ୍ୟାପିଛି, କେତେ ଲୋକ ଆକ୍ରାନ୍ତ ହୋଇଛନ୍ତି ଏବଂ ଓଡ଼ିଶାର ସ୍ଥିତି କ’ଣ ଅଛି ସେ ସମ୍ପର୍କରେ ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି। ଜାଣନ୍ତୁ ସାମ୍ବାଦିକ ସମ୍ମିଳନୀର ମୁଖ୍ୟାଂଶ।

  • ୧୬୨ ଦେଶକୁ ବ୍ୟାପିଛି କରୋନା ଭାଇରସ୍‌।
  • ୧ ଲକ୍ଷ ୮୩ ହଜାର ୧୧୬ ଜଣ କରୋନାରେ ଆକ୍ରାନ୍ତ।
  • ଚୀନ, ଇଟାଲୀ, ଇରାନ ଏବଂ ଦକ୍ଷିଣକୋରିଆରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ।
  • ଗତକାଲି ଭାରତରେ ୧୧୫ ଜଣ ଆକ୍ରାନ୍ତ ଥିଲେ, ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୨୬ରେ ପହଞ୍ଚିଛି।
  • କରୋନାରେ ଭାରତରେ ୩ ଜଣ ଲୋକଙ୍କ ଜୀବନ ଯାଇଛି।
  • ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୩୨ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା।
  • ୩୧ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଏବଂ ଜଣଙ୍କର ପଜିଟିଭି ଆସିଥିଲା।
  • କ୍ୟାପିଟାଲ ହସ୍ପିଟାଲରେ ଥିବା ଆକ୍ରାନ୍ତ ଏବେ ସୁସ୍ଥ ଅଛନ୍ତି। ସେ ଏବେ ଖାଦ୍ୟ ଖାଉଛନ୍ତି।
  • ନିଜ ମୋବାଇଲ୍‌ ଫୋନ୍‌ ପ୍ରତି ସତର୍କ ରହନ୍ତୁ। କାରଣ ମୋବାଇଲରେ ବି କରୋନା ଭୟ ରହିଛି।
  • ଜଣେ ବ୍ୟକ୍ତି ମୋବାଇଲକୁ ୨୬୦୦ ଥର ଛୁଇଁଥାଏ। ଏଣୁ ମୋବାଇଲକୁ ପ୍ରତିଦିନ ୪ରୁ ୬ ଥର ସାନିଟାଇଜରରେ ଧୁଅନ୍ତୁ।
  • ମୋବାଇଲ୍‌ ଫୋନକୁ ଏଣେତେଣ ନରଖି ନିଜ ବ୍ୟାଗରେ ସୁରକ୍ଷିତ ଭାବେ ରଖନ୍ତୁ।
  • ସପିଂ ମଲ୍‌ ସମ୍ପୂର୍ଣ୍ଣ ବନ୍ଦ ହୋଇପାରିବନି। ମଲ୍‌ରେ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ।
  • ବ୍ୟାଙ୍କ ଏଟିଏମ୍‌ କାଉଣ୍ଟରକୁ ସଫାସୁତରା ରଖିବା ଉପରେ ଗୁରୁତ୍ୱ।
  • ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ୧୨୩୯ ଜଣ ବିଦେଶରୁ ଆସିଥିବା ବ୍ୟକ୍ତି ପଞ୍ଜୀକରଣ କରିଛନ୍ତି।
  • ୧୦୪ରେ କଲ୍‌ କରି ଏବଂ ସରକାରଙ୍କ ୱେବସାଇଟ୍‌ରେ ପଞ୍ଜୀକରଣ କରୁଛନ୍ତି।
  • ପ୍ରତି ପଞ୍ଚାୟତ ସ୍ତରରେ ସଚେତନତା କରାଯାଉଛି। ଅଙ୍ଗନବାଡ଼ି ଓ ଆଶା କର୍ମୀ ସଚେତନତାର ଦାୟିତ୍ୱ ନେଇଛନ୍ତି।
  • ବାରମ୍ବାର ହତ ଧୁଅନ୍ତୁ। ସାମାଜିକ ଦୂରତା ବଜାୟ ରଖନ୍ତୁ।

Comment