ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଓଡ଼ିଶାର କରୋନା ଆକ୍ରାନ୍ତ ଏବେ କ୍ୟାପିଟାଲ ହସ୍ପିଟାଲରେ ଆଇସୋଲେସନ ୱାର୍ଡରେ ଅଛନ୍ତି। ଏବେ ସେ ସୁସ୍ଥ ଅଛନ୍ତି ଏବଂ ଖିଆପିଆ ଠିକ୍‌ଠାକ୍‌ କରୁଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରୋନା ସମ୍ପର୍କରେ ତାଜା ସୂଚନା ଦେଇଥିଲେ ସୁବ୍ରତ ବାଗ୍‌ଚୀ।

ସୁବ୍ରତ ବାଗ୍‌ଚୀ କହିଥିଲେ, ‘‘ଓଡ଼ିଶାରୁ ୩୨ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା। ଏଥିରୁ ଜଣଙ୍କର ନମୁନା ପଜିଟିଭ୍‌ ବାହାରିଥିବା ବେଳେ ୩୧ ଜଣଙ୍କର ରିପୋର୍ଟ ନେଗେଟିଭ୍‌ ଆସିଥିଲା। ପଜିଟିଭ୍‌ ଆସିଥିବା ଆକ୍ରାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଆଇସୋଲେସନରେ ରଖାଯାଇଛି।’’

ଗତ ରବିବାର ଦିନ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ ଇଟାଲୀରୁ ଓଡ଼ିଶା ଆସିଥିଲେ। ମୋଟ ୧୨୯ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ କରୋନା ଆକ୍ରାନ୍ତ। ସେମାନଙ୍କୁ ରାଜ୍ୟ ସରକାର ଠାବ କରୁଥିଲେ। ଏହାସହ ଏହି ଆକ୍ରାନ୍ତ ପ୍ରଥମେ ଏକ ଘରୋଇ କ୍ଲିନିକକୁ ଯାଇଥିଲେ। ସେ କ୍ଲିନିକକୁ ସରକାର ସିଲ୍‌ କରିଦେଇଛନ୍ତି।

Comment