ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ପୁରୀରେ ଥିବା ପର୍ଯ୍ୟଟକମାନଙ୍କୁ ଦୁଇ ଦିନ ଭିତରେ ସମସ୍ତ ହୋଟେଲ ଛାଡ଼ିବାକୁ କୁହାଯାଇଛି। ଏନେଇ ପର୍ଯ୍ୟଟକମାନଙ୍କୁ ଦୁଇ ଦିନ ସମୟ ଦିଆଯାଇଛି। ପୁରୀରେ କରୋନା ସତର୍କତା ପାଇଁ ହୋଟେଲ ଆସୋସିଏସନ୍‌ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବସିଥିବା ଏକ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଏହାଛଡ଼ା ଯେଉଁମାନେ ପୂର୍ବରୁ ହୋଟେଲ ବୁକିଂ କରିଦେଇଛନ୍ତି ସେମାନଙ୍କ ଟଙ୍କା ଫେରାଇ ଦେବାକୁ ସମସ୍ତ ହୋଟେଲ ପରିଚାଳକଙ୍କୁ କୁହାଯାଇଛି। ଏପ୍ରିଲ ୧୫ ଯାଏଁ ହୋଟେଲରେ ଆଉ କୌଣସି ବୁକିଂ ନ ରଖିବାକୁ ଆସୋସିଏସନ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପଟେ ପୁରୀ ଜିଲ୍ଲା ପ୍ରଶାସନ ବେଳାଭୂମିରେ ୧୪୪ ଧାରା ଜାରି କରିଛନ୍ତି। କରୋନା ଭୂତାଣୁର ମୁକାବିଲା କରିବା ପାଇଁ ପୁରୀର ସବୁ ପ୍ରବେଶ ପଥରେ ସ୍କ୍ରିନିଂ କରାଯାଉଛି।

Comment