ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାକୁ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ବୁଧବାର ତାଜା ସୂଚନା ପ୍ରଦାନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କରୋନା ଭାଇରସର ଲାଟେଷ୍ଟ୍ ଅପଡେଟ୍ ସବୁକୁ ଗୋଟି ଗୋଟି କରି ଗଣମାଧ୍ୟମ ଆଗରେ ବର୍ଣ୍ଣନା କରିଛନ୍ତି।

- ବର୍ତ୍ତମାନ ସୁଦ୍ଧା ବିଶ୍ୱର ୧୬୭ ଦେଶରେ କରୋନା କାୟା ବିସ୍ତାର କରିଛି
- ସାରା ବିଶ୍ୱରେ ମୋଟ୍ ୧ ଲକ୍ଷ ୯୯ ହଜାର ୧୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
- ଭାରତରେ ବର୍ତ୍ତମାନ ସୁଦ୍ଧା ୧୪୮ ଜଣ କରୋନା ରୋଗୀ
- ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩ରେ ସ୍ଥିର
- ଓଡ଼ିଶାରେ ୪୭ଟି ନମୂନାରୁ ୪୬ଟି ନେଗେଟିଭ୍ ଓ ଗୋଟିଏ ପଜିଟିଭ୍
- ଓଡ଼ିଶାର ଏକମାତ୍ର କରୋନା ରୋଗୀଙ୍କ ସ୍ଥାସ୍ଥ୍ୟବସ୍ଥା ସୁଧୁରୁଛି

- ଓଡ଼ିଶାର ବିଭିନ୍ନ ଜିଲ୍ଲା ହସ୍ପିଟାଲରେ କରୋନା ପାଇଁ ୫୭୦ଟି ବେଡ୍ ଉପଲବ୍ଧ ଅଛି
- ବିଦେଶରୁ ଓଡ଼ିଶା ଫେରିଥିଲେ ତୁରନ୍ତ ଅନଲାଇନରେ କରନ୍ତୁ ରେଜିଷ୍ଟ୍ରେସନ୍
- ରେଜିଷ୍ଟ୍ରେସନ୍ ପାଇଁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ୱେବପୋର୍ଟାଲ
- ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୨୧୩୧ ଜଣ ଲୋକ ପୋର୍ଟାଲରେ ରେଜିଷ୍ଟ୍ରେସନ କରିଛନ୍ତି
- ରେଜିଷ୍ଟ୍ରେସନ କରିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଲୋକ ଖୋର୍ଦ୍ଧା ଜିଲ୍ଲାର
- ବିଦେଶୀରୁ ଓଡ଼ିଶାକୁ ଫେରିଥିବା ଲୋକଙ୍କ ମଧ୍ୟରେ ଅଧିକ ଲୋକ ୟୁଏଇରୁ ଆସିଛନ୍ତି
- ସୁସ୍ଥ ଲୋକମାନେ ମାସ୍କ ବ୍ୟବହାର କରିବାର ଆବଶ୍ୟକ ନାହିଁ – ସୁବ୍ରତ ବାଗଚୀ
- କୋରନାଠୁ ବଞ୍ଚିବାକୁ ହେଲେ ସାମାଜିକ ଦୂରତ୍ୱ ପାଳନ କରନ୍ତୁ


















