ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ପଦବୀ ଛାଡ଼ିଛନ୍ତି ସୁବ୍ରତ ବାଗଚୀ। ଏନେଇ ସେ ଗୁରୁବାର ଦିନ ଟୁଇଟ କରି ସୂଚନା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଏହି ପଦବୀ ଛାଡ଼ିଥିବା ଉଲ୍ଲେଖ କରିଛନ୍ତି।

ଦୀର୍ଘ ୭ ବର୍ଷ ଧରି ଓଡ଼ିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ଵ ତୁଲାଇବାର ସୁଯୋଗ ପାଇଥିବାରୁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

ସୁବ୍ରତ ବାଗଚୀ ପଦବୀ ଛାଡ଼ିବା ପରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ରଙ୍କୁ ଏହି ଦାୟିତ୍ୱ ମିଳିଛି। ଓଡ଼ିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷା ଭାବେ ଅଲକା ମିଶ୍ରଙ୍କୁ ବାଗଚୀ ଅଭିନନ୍ଦନ ଜଣାଇଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଭାବେ ଅଳକା ମିଶ୍ର ନିଜ ଦକ୍ଷତା ପ୍ରମାଣିତ କରିଛନ୍ତି ବୋଲି ସୁବ୍ରତ ବାଗଚୀ କହିଛନ୍ତି।

Tags: #SubrotoBagchi #OdishaSkillDevelopmentAuthority #ChairpersonPost #Odisha

LEAVE A REPLY

Please enter your comment!
Please enter your name here