ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ବଜାରରେ ସାନିଟାଇଜର ମିଳୁନି କି? ଯଦି ନା, ତାହାଲେ ସାବୁନ ବ୍ୟବହାର କରନ୍ତୁ। ସାବୁନରେ ୨୦ ସେକେଣ୍ଡ ଯାଏଁ ହାତକୁ ଭଲଭାବେ ଧୁଅନ୍ତୁ। ଖାଇବା ପୂର୍ବରୁ ଏବଂ ପରେ ମଧ୍ୟ ହାତ ଧୁଅନ୍ତୁ। ଏଭଳି ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି।

କରୋନାକୁ ଦୂରେଇବା ପାଇଁ ସବୁବେଳେ ପରିସ୍କାର ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଉଛନ୍ତି। ସାନିଟାଇଜର ବ୍ୟବହାର କରିବା ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି। ହେଲେ ସାନିଟାଇଜର ବଜାରରେ ଉପଲବ୍ଧ ହେଉନି। ସାନିଟାଇଜର ନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଉଛି। ଏଣୁ ସାନିଟାଇଜର ବଦଳରେ ସାବୁନରେ ହାତ ଧୋଇବାକୁ ସରକାର ପରାମର୍ଶ ଦେଇଛନ୍ତି।

ଶ୍ରୀ ବାଗ୍‌ଚି ଆହୁରି କହିଥିଲେ, ‘‘ଘରମାନଙ୍କୁ କାମ କରିବାକୁ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ପରିସ୍କାର ରହିବାକୁ କୁହନ୍ତୁ। ସେମାନଙ୍କୁ ସାବୁନରେ ଭଲରେ ହାତ ଧୋଇବାକୁ କହନ୍ତୁ।’’

Comment