ଓଡ଼ିଶାଲାଇଭ୍ ବ୍ୟୁରୋ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କଲରାପତରିଆ ବାଘ ସୁରଜର ମୃତ୍ୟୁ ହୋଇଛି। କିଛିଦିନ ହେଲା ବ୍ଲଡ ପ୍ରୋଟଜନ  ଇନ୍‌ଫେକ୍ସନ୍‌ରେ  ରୋଗରେ ପୀଡ଼ିତ ଥିଲା ସୁରଜ୍।

ମଙ୍ଗଳବାର ରାତିରେ ତାର ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ସୁରଜକୁ ୧୬ବର୍ଷ ହୋଇଥିଲା।

୨୦୦୪ମସିହାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଙ୍ଗଲରୁ ସୁରଜକୁ ଉଦ୍ଧାର କରାଯାଇଥିଲା। ସୁରଜର ମୃତ୍ୟୁ ପରେ ନନ୍ଦନକାନରରେ କଲରାପତରିଆ ବାଘ ସଂଖ୍ୟା ୫କୁ ହ୍ରାସ ପାଇଛି। ସେମାନଙ୍କ ମଧ୍ୟରେ ୩ଟି ପୁରୁଷ ଓ ୨ଟି ମାଈ କଲରାପତରିଆ ବାଘ ରହିଛନ୍ତି।

ବାରମ୍ବାର ନନ୍ଦନକାନନରେ ପ୍ରାଣୀ ମୃତ୍ୟୁ ଘଟୁଥିବାରୁ ଉଦବେଗ ପ୍ରକାଶ ପାଇଛି। ଏନେଇ ଯଥାସମ୍ଭବ ପଦକ୍ଷେପ ନେବାକୁ ଦାବି ହୋଇଛି।

ସେପଟେ ବୁଧବାର ନନ୍ଦନକାନନକୁ ୪ଟି ଏସିୟ ସିଂହ ଓ ଦୁଇଟି କୋକିଶିଆଳିଙ୍କୁ ଅଣାଯାଇଛି। ଛତିଶଗଡ଼ର ବିଳାସପୁର ଚିଡ଼ିଆଖାନାରୁ ଏହି ଏସିୟ ସିଂହଙ୍କୁ ଅଣାଯାଇଛି। ଏହାପରେ ନନ୍ଦନକାନନରେ ସିଂହ ସଂଖ୍ୟା ୧୫ରେ ପହଞ୍ଚିଛି।

Comment