ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିକେନ୍‌ ଏବଂ ଅଣ୍ଡା ଉପରେ କୌଣସି କଟକଣା ନାହିଁ। ଆଗରୁ ଯେମିତି ଚିକେନ୍‌ ଓ ଅଣ୍ଡା ଖାଉଥିଲେ ଏବେ ବି ସେମିତି ଖାଇ ପାରିବେ। ଏଥିରେ କରୋନାର ଭୟ ନାହିଁ। ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି।

‘‘ଚିକେନ୍ ଓ ଅଣ୍ଡାରେ କରୋନା ଭୟ ନାହିଁ। ଲୋକମାନେ ପୂର୍ବ ଭଳି ଏହାକୁ ଖାଇ ପାରିବେ। ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ। ଏହାକୁ ନେଇ ଗୁଜବ ସୃଷ୍ଟି କରାଯାଇଛି’’, କହିଛନ୍ତି ସୁବ୍ରତ ବାଗ୍‌ଚି।

କରୋନା ଆତଙ୍କ ଦେଖାଦେବା ଦିନରୁ ଚିକେନ୍‌ ଓ ଅଣ୍ଡା ବଜାରରେ ଚଡ଼କ ପଡ଼ିଥିଲା। ଲୋକେ ଚିକେନ୍‌ ଓ ଅଣ୍ଡାଠାରୁ ମୁହଁ ଫେରାଇ ନେଉଥିଲେ। ଫଳରେ ବ୍ୟବସାୟୀମାନେ କ୍ଷତି ସହୁଥିଲେ। କିନ୍ତୁ ରାଜ୍ୟ ସରକାର ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି।

ଶ୍ରୀ ବାଗ୍‌ଚି ଆହୁରି କହିଛନ୍ତି ଯେ, ଘରେ ପୋଷା କୁକୁର ଓ ବିଲେଇ ଯେଉଁମାନେ ରଖିଛନ୍ତି ସେମାନଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ। ନିଜୁ ଛୁଆ ଭଳି ସେମାନଙ୍କୁ ଘରେ ରଖନ୍ତୁ।

Comment