ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ କୋଣାର୍କ ସୂର୍ଯ୍ୟମନ୍ଦିର। ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଏହାକୁ ବନ୍ଦ କରି ଦିଆଯାଇଥିଲା ବେଳେ ବର୍ତ୍ତମାନ ଏନେଇ ତାରିଖ ଘୋଷଣା କରାଯାଇଛି। କରୋନା ପାଇଁ ସୂର୍ଯ୍ୟ ମନ୍ଦିର ସତର୍କତାକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନେଇଛନ୍ତି ପୁରୀ ଜିଲ୍ଲା ପ୍ରଶାସନ।

କୋଣାର୍କ ମନ୍ଦିରରେ ପ୍ରତିଦିନ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ବିଶେଷ କରି ବିଦେଶୀ ପର୍ଯ୍ୟଟକମାନେ କୋଣାର୍କ ମନ୍ଦିର ବୁଲିବାକୁ ଆସୁଛନ୍ତି। ଏହାଦ୍ଵାରା କରୋନା ଭାଇରସ ସଂକ୍ରମଣର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ଓଡ଼ିଶାରେ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସମସ୍ତ ସଚେତନମୂଳକ ପଦକ୍ଷେପ ନେଉଛନ୍ତି। କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ସଚେତନର ବାର୍ତ୍ତା ଦିଆଯାଉଛି।

ଭାରତରେ ବର୍ତ୍ତମାନ ସୁଦ୍ଧା ୧୮୦ଜଣ କରୋନା ରୋଗୀ ଚିହ୍ନଟ ହୋଇ ସାରିଛନ୍ତି। ସମସ୍ତ କରୋନା ଆକ୍ରାନ୍ତଙ୍କୁ ଆଇସୋଲେସନ ଓ୍ଵାର୍ଡରେ ରଖି ଚିକିତ୍ସା କରାଯାଉଛି।

Comment