ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଅଜଣା ଜନ୍ତୁ ଆକ୍ରମଣରେ ଚାଲିଗଲା ୩୨ ଛେଳିଙ୍କ ଜୀବନ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ ଅନ୍ତର୍ଗତ ଗୋଲାବଞ୍ଜର ଗ୍ରାମରେ। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଏନେଇ ବନବିଭାଗ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବୁଧବାର ରାତିରେ ଗୁହାଳ ଭିତରେ ରହିଥିଲେ। ହେଲେ ସକାଳୁ ଗୁହାଳ ଭିତରେ ସେମାନଙ୍କର ମୃତଦେହ ଦେଖିବାକୁ ମିଳିଥିଲା। ଛେଳିମାନେ କିଭଳି ଭାବେ ମୃତ୍ୟୁ ବରଣ କରିଛନ୍ତି ସେ ବିଷୟରେ ଜାଣିବା ପାଇଁ ଛେଳି ଛୁଆଗୁଡ଼ିକର ଶବ ବ୍ୟବଚ୍ଛେଦ କରିବା ପାଇଁ ପଶୁ ଡାକ୍ତର ଖାନାକୁ ପଠାଯାଇଛି।

ପରେ ଖବର ପାଇବା ପରେ ସ୍ଥାନୀୟ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଏହି ଘଟଣା ପରେ ଛେଳିମାଲିକଙ୍କୁ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ଲୋକ।

Comment