ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରେୋନା ପାଇଁ ଭୁବନେଶ୍ୱରରେ କେଉଁ ଦୋକାନ ଖୋଲା ରହିବ ଏବଂ ବନ୍ଦ ରହିବ ଜାଣନ୍ତୁ।

  • କରୋନା ମୁକାବିଲା ପାଇଁ ବିଏମ୍‌ସି କଟକଣା
  • ଭୁବନେଶ୍ୱରରେ ଶନିବାରଠୁ ଦୋକାନ ବନ୍ଦ
  • ରଙ୍ଗ ଦୋକାନ ବନ୍ଦ
  • ବହି ମାଗାଜିନ୍ ଦୋକାନ ବନ୍ଦ
  • ଗିଫ୍ଟ ଷ୍ଟୋର ରହିବ ବନ୍ଦ

କରୋନା ମୁକାବିଲା କରୁଛି ଓଡ଼ିଶା। ସାମାଜିକ ଦୂରତା ପାଇଁ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ କଟକଣା ଲଗାଇବା ପାଇଁ ଭୁବନେଶ୍ୱରରେ ବିଭିନ୍ନ ଦୋକାନ ଉପରେ କଟକଣା ଲାଗିଛି। କେଉଁ ଦୋକାନ ଖୋଲା ରହିବ ଏବଂ କେଉଁ ଦୋକାନ ବନ୍ଦ ରହିବ ସେନେଇ ଭୁବନେଶ୍ୱର ମହାନଗର ନିଗମ ତାଲିକା ପ୍ରକାଶ କରିଛି।

କେଉଁ ଦୋକାନ ବନ୍ଦ ରହିବ?

୧. ଗହଣା ସୋ’ରୁମ୍‌

୨. ଇଲେକ୍ଟ୍ରୋନିକ୍ସ ସୋ’ରୁମ୍‌ ଏବଂ ଦୋକାନ

୩. ଚାରି ଚକିଆ ଗାଡ଼ି ସୋ’ରୁମ୍‌, ଅଟୋମୋବାଇଲ୍‌, ସାଇକେଲ ସୋ’ ରୁମ୍‌

୪. କ୍ରୀଡ଼ା ଉପକରଣ ବା ସ୍ପୋର୍ଟସ୍‌ କର୍ଣ୍ଣର ସୋ’ରୁମ୍‌

୫. ପର୍ଣ୍ଣିଚର ସୋ’ରୁମ୍‌ ଏବଂ ଗୋଦାମ

୬. ଜୋତା ଏବଂ ବ୍ୟାଗ ସୋ’ରୁମ୍‌

୭. ମାର୍ବଲ ଓ ଟାଇଲ ସୋ’ରୁମ୍‌

୮. ଘଣ୍ଟା ସୋ’ରୁମ୍‌ ଏବଂ ଦୋକାନ

୯. ରଙ୍ଗ ଦୋକାନ ଏବଂ ଗୋଦାମ

୧୦. ବହି ଓ ମାଗାଜିନ ଷ୍ଟୋର

୧୧. ଗିଫ୍ଟ ଆଇଟମ୍‌ ଷ୍ଟୋର

ଭୁବନେଶ୍ୱରରେ ଗ୍ରୋସରୀ, ପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ। ଔଷଧ ଦୋକାନ ମଧ୍ୟ ଖୋଲା ରହିବ।

Comment