ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • କରୋନା ମୁକାବିଲା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା
  • ଶନିବାରଠୁ ଭୁବନେଶ୍ୱରରେ  ଅଡ୍‌-ଇଭିନ୍‌ ଫର୍ମୁଲା
  • ଅଡ୍‌ ଦିନରେ ‘ଅଡ୍‌’ ନମ୍ବର ଏବଂ ଇଭେନ୍‌ ଦିନରେ ‘ଇଭିନ୍‌’ ନମ୍ବର ଗାଡ଼ି ଗଡ଼ିବ
  • ଭିଡ଼ ନିୟନ୍ତ୍ରଣ ପାଇଁ ବିଏମ୍‌ସିର କଟକଣା
  • ଘରୋଇ, ସରକାରୀ ଏବଂ ଡାକ୍ତରଖାନା ଗାଡ଼ି ପାଇଁ ଲାଗୁ ହେବନି ଏହି ନିୟମ

କରୋନା ସଂକ୍ରମଣ ରୋକିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଆସନ୍ତାକାଲିଠୁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ ହେବାକୁ ଯାଉଛି। ଦିଲ୍ଲୀ ଭଳି ଭୁବନେଶ୍ୱରରେ ଅଡ୍‌, ଇଭିନ୍‌ (ଯୁଗ୍ମ, ଅଯୁଗ୍ମ) ବ୍ୟବସ୍ଥା ଲାଗୁ କରିବାକୁ ଭୁବନେଶ୍ୱର ମହାନଗର ନିଗମ ବିଜ୍ଞପ୍ତି ପ୍ରକାଶ କରିଛି।

ଅଡ୍‌ ଦିନରେ ଅଡ୍‌ ନମ୍ବର ଗାଡ଼ି ଏବଂ ଇଭେନ୍‌ ଦିନ ଇଭିନ୍‌ ନମ୍ବର ଗାଡ଼ି ଭୁବନେଶ୍ୱର ରାସ୍ତାରେ ଗଡ଼ିବ। ଭିଡ଼ କମାଇବା ପାଇଁ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି ନିୟମ କେବଳ ସାଧାରଣ ପରିବହନ ବ୍ୟବସ୍ଥାରେ ଚଳାଚଳ କରୁଥିବା ଗାଡ଼ି ପାଇଁ ଲାଗୁ ହେବ। ଘରୋଇ, ସରକାରୀ ଗାଡ଼ିଗୁଡ଼ିକ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ ନାହିଁ।

ସେହିପରି ଘରୋଇ ହସ୍ପିଟାଲରେ ବ୍ୟବହାର କରାଯାଉଥିବା ଗାଡ଼ି ଏବଂ ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରମାନେ ଯାତାୟତ କରୁଥିବା ଗାଡ଼ି ପାଇଁ ଏହି ନିୟମ ଲାଗୁ ହେବ ନାହିଁ।

୧. ଯେଉଁ ବସ୍‌, ଟ୍ୟାକ୍ସି ଏବଂ ଅଟୋରିକ୍ସାର ଅଡ୍‌ ରେଜିଷ୍ଟ୍ରେସନ ନମ୍ବର ରହିଛି ସେଗୁଡ଼ିକ ଅଡ୍‌ ଦିନରେ ଚାଲିବ। ଯେଉଁ ଗାଡ଼ିଗୁଡ଼ିକର ଇଭିନ ନମ୍ବର ଅଛି ସେଗୁଡ଼ିକ ଇଭେନ୍‌ ଦିନରେ ଚାଲିବ।

୨. ମାର୍ଚ୍ଚ ୨୧ ତାରିଖ ହେଉଛି ଅଡ୍‌ ନମ୍ବର ଦିନ। ଏଣୁ ଏହିଦିନ କେବଳ ଅଡ୍‌ ନମ୍ବର ଗାଡ଼ି ଭୁବନେଶ୍ୱର ରାସ୍ତାରେ ଚଳାଚଳ କରିବ। ଉଦାହରଣ ସ୍ୱରୂପ OD02X 1235/3579 ନମ୍ବର ଗାଡ଼ି।

୩. ଘରୋଇ ଗାଡ଼ିଗୁଡ଼ିକ ଉପରେ କୌଣସି କଟକଣା ଲାଗୁ କରାଯାଇ ନାହିଁ।

୪. ଘରୋଇ ହସ୍ପିଟାଲମାନେ ଯେଉଁ ଗାଡ଼ିଗୁଡ଼ିକ ଭଡ଼ାରେ ଆଣି ବ୍ୟବହାର କରୁଛନ୍ତି ଏବଂ ଯେଉଁ ଗାଡ଼ିଗୁଡ଼ିକ ମେଡିକାଲ କର୍ମଚାରୀ ଓ ଡାକ୍ତରମାନଙ୍କୁ ନେବା ଆଣିବା କରୁଛନ୍ତି ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ।

୫. ପରିହନ ବିଭାଗ ପକ୍ଷରୁ ଯେଉଁ ନିୟମ ଲାଗୁ କରାଯାଇଛି ସେ ନିୟମ ବଳବତ୍ତର ରହିବ। ସାମାଜିକ ଦୂରତା ରକ୍ଷା କରିବା ପାଇଁ ଓଭରଲୋଡିଂ ଉପରେ ନଜର ରଖାଯିବ।

୬. ମାର୍ଚ୍ଚ ୨୧ରୁ ଏହି ନିୟମ ଲାଗୁ ହେବ। ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।

Comment