ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ପାଇଁ ବନ୍ଦ ରହିବ ପାର୍କ। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର, କଟକର ସମସ୍ତ ପାର୍କ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ।

ଭୁବନେଶ୍ୱର ଏବଂ କଟକ ମହାନଗର ନିଗମ ତରଫରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି।। କରୋନା କବଳରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଟୁଇନ୍ ସିଟିର ସମସ୍ତ ସରକାରୀ ଓ ବେସରକାରୀ ପାର୍କଗୁଡ଼ିକ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।କରୋନାକୁ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର କଟକଣା ଜାରି କରିଛନ୍ତି। ଫଳରେ ରାଜ୍ୟର ବିଭିନ୍ନ ସ୍କୁଲ୍, କଲେଜ୍ ଆଦିକୁ ବନ୍ଦ ଘୋଷଣା କରାଯାଇଛି। ବର୍ତ୍ତମାନ ଭୁବନେଶ୍ୱର ଓ କଟକର ସମସ୍ତ ପାର୍କ ମଧ୍ୟ ଏଥିପାଇଁ ବନ୍ଦ କରିବାକୁ କୁହାଯାଇଛି।

 

Comment