ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ଜିଲ୍ଲାରେ ଅନୁଭବ ହେଲା ଭୂମିକମ୍ପ। ଶନିବାର ଜିଲ୍ଲାର ନାୟକଗୁଡ଼ାରୁ କୋରକୋଣ୍ଡା ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭବ ହୋଇଛି।

ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୨ ରହିଛି ବୋଲି ଜିଲ୍ଲାର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ଏହି ଭୂମିକମ୍ପର କେନ୍ଦ୍ର ଦକ୍ଷିଣ – ପଶ୍ଚିମ ଜଗଦଲପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।

ସ୍ଥାନୀୟ ଅଞ୍ଚଳରେ ଭୂମିକମ୍ପ ଅନୁଭବ ହେବା ପରେ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ। ଏପରିକି ଲୋକମାନେ ଘରୁ ବାହାରି ଖାଲିସ୍ଥାନକୁ ଚାଲିଆସିଥିଲେ। ଭୂମିକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ଖେଳିଯାଇଥିଲା।

LEAVE A REPLY

Please enter your comment!
Please enter your name here