ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇଥିବା କାରଣରୁ ସରକାରଙ୍କ ପକ୍ଷରୁ ଓଡ଼ିଶାର ୫ ଜିଲ୍ଲା ଓ ୮ ସହରରେ ଲକ୍‌ଡାଉନ ଘୋଷଣା କରାଯାଇଛି। କେବଳ ଓଡ଼ିଶା ନୁହେଁ, ଭାରତ ସମେତ ସମଗ୍ର ବିଶ୍ୱରେ ଏହି ଲକ୍‌ଡାଉନ ଆରମ୍ଭ ହୋଇଛି। ଆସନ୍ତୁ ଜାଣିବା ଏହି ଲକ୍‌ଡାଉନ କ’ଣ ଓ ଏହାର ଆଇନଗତ ସ୍ୱରୂପ କ’ଣ?

କ’ଣ ଏହି ଲକ୍‌ଡାଉନ୍‌?

ଲକ୍‌ଡାଉନ ଏକ ଜରୁରୀକାଳୀନ ବ୍ୟବସ୍ଥା ଯାହା ମହାମାରୀ କିମ୍ବା ସେହିଭଳି ଅତି ଗୁରୁତର ସ୍ଥିତିରେ ଘୋଷଣା କରାଯାଇଥାଏ। ଲକ୍‌ଡାଉନ ଯେତେବେଳେ ଘୋଷଣା ହୁଏ ଘରୁ ବାହାରକୁ ଯିବା ପାଇଁ ଅନୁମତି ନଥାଏ। କେବଳ ଔଷଧ କିମ୍ବା ଗ୍ରସରି ଜିନିଷ କିଣିବା ପାଇଁ ଲୋକେ ବାହାରକୁ ଆସିପାରିବେ। ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ମଧ୍ୟ ବାହାରକୁ ଆସିବା ପାଇଁ ଅନୁମତି ଦିଆଯାଏ। ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତି ଯଥା ହସ୍ପିଟାଲ କର୍ମଚାରୀ ଓ ମିଡିଆ ପାଇଁ ଲକ୍‌ଡାଉନ ପ୍ରଯୁଜ୍ୟ ହୁଏ ନାହିଁ।

କାହିଁକି?

ଲକ୍‌ଡାଉନ ଏଥିପାଇଁ କରାଯାଇଥାଏ ଯାହା ଫଳରେ ସେହି ସହର କିମ୍ବା ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ବା ଅନ୍ୟାନ୍ୟ ବିଷୟକୁ ସୁରକ୍ଷିତ ରଖାଯାଇପାରିବ। ଆଜିକାଲି କରୋନା ସଂକ୍ରମଣକୁ ରୋକିବା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଉଛି। ଲକ୍‌ଡାଉନ ଆଂଶିକ ବା ପୂର୍ଣ୍ଣ ମାତ୍ରାର ହୋଇପାରେ। ସଂପୂର୍ଣ୍ଣ ଲକ୍‌ଡାଉନରେ କଟକଣା ଅଧିକ ଜୋରଦାର ହୋଇଥାଏ। ପୂର୍ଣ୍ଣ ଲକ୍‌ଡାଉନରେ ଯିଏ ଯେଉଁଠି ଥାଆନ୍ତି ସେଠି ହିଁ ତାଙ୍କୁ ରହିବାକୁ ପଡ଼ିଥାଏ।

Comment