ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଇଟାଲୀରେ ଫସିଥିବା ୨୬୩ ଛାତ୍ରଛାତ୍ରୀ ଭାରତ ଫେରିଛନ୍ତି। ଏୟାର ଇଣ୍ଡିଆର ଏକ ସ୍ଵତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଥିବା ଜଣାପଡ଼ିଛି। ସ୍କ୍ରିନିଂ ପରେ ସମସ୍ତଙ୍କୁ ଆଇଟିବିପି ଛଓ୍ଵାଲା କ୍ଵାରେଣ୍ଟାଇନ୍‌କୁ ସ୍ଥାନାନ୍ତର କରାଯାଇଛି।

ଇଟାଲୀରେ କରୋନା ମୃତ୍ୟୁ ସଂଖ୍ୟା ହୁ ହୁ ବଢ଼ିଚାଲିଛି। ବିଶ୍ଵରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ଇଟାଲୀରେ। ବର୍ତ୍ତମାନ ସୁଦ୍ଧା ଇଟାଲୀରେ ୪ ହଜାର ୮୨୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୩ ହଜାର ୫୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଭାରତରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୪ରେ ପହଞ୍ଚିଥିଲା ବେଳେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାସହ ବିଦେଶରେ ଫସିଥିବା ଲୋକମାନଙ୍କୁ ଉଦ୍ଧାର ମଧ୍ୟ କରାଯାଉଛି।

Comment