ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ମୋଦୀଙ୍କ ଆହ୍ଵାନକୁ ସମର୍ଥନ କଲେ ଦେଶବାସୀ। ଜରୁରୀସେବାରେ ନିୟୋଜିତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜଣାଇଲେ ଲୋକେ। ବାଲକୁନି, ଛାତ ଉପରେ ଛିଡ଼ା ହୋଇ ତାଳି, ଘଣ୍ଟ ଓ ଶଙ୍ଖ ବଜାଇ କୃତଜ୍ଞତା ଜଣାଇଛନ୍ତି। ଏଭଳି ଦୃଶ୍ୟ ଭୁବନେଶ୍ଵରରେ ମଧ୍ୟ ଦେଖିବାକୁ ମିଳିଛି।

କେବଳ ଭୁବନେଶ୍ଵର ନୁହେଁ କଟକ, ବାଲେଶ୍ଵର, ବ୍ରହ୍ମପୁର, ରାଉରକେଲା, ସମ୍ଵଲପୁର ସମେତ ବିଭିନ୍ନ ଜିଲ୍ଲାରେ ତାଳି ମାରିଥିଲେ। ଲୋକମାନଙ୍କ ସହ ବହୁ ନେତାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଯୋଗୀ ଆଦିତ୍ୟନାଥ, ଜେପି ନଡ୍ଡାଙ୍କୁ ମଧ୍ୟ ଘଣ୍ଟି ବଜାଇବାର ଦେଖିବାକୁ ମିଳିଥିଲା।

କରୋନା ବିରୋଧରେ ୨ ମାସ ହେବ ଲଢେଇ କରୁଛି ଦେଶ। ଏହି ସମୟରେ ଦେଶକୁ ଜରୁରୀ ସେବା ଯୋଗାଉଛନ୍ତି ଡାକ୍ତର, ପୋଲିସ, ମିଡିଆ କର୍ମଚାରୀ। ଏହିଭଳି ଜରୁରୀ ସେବା ଯୋଗାଉ ଥିବା ଲୋକଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ ଉତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ଏଭଳି କରିବାକୁ ଦେଶବାସୀଙ୍କୁ ଆହ୍ଵାନ କରିଥିଲେ। ଦେଶରେ ସଚେତନ ନାଗରିକ ହିସାବରେ ଏହାକୁ ପାଳନ କରିଛନ୍ତି ଦେଶବାସୀ।

ଗତ ୧୯ ତାରିଖରେ ପ୍ରଧାନମନ୍ତ୍ରୀ କରୋନାକୁ ମୁକାବିଲା କରିବା ପାଇଁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି ସମୟରେ ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫ୍ୟୁ ପାଳନ କରିବାକୁ କହିଥିଲେ। ସେହିଦିନ ସନ୍ଧ୍ୟା ୫ଟାରେ ଜରୁରୀ ସେବା ଯୋଗାଉଥିବା ଲୋକଙ୍କୁ ତାଳି, ଘଣ୍ଟି ବଜାଇ ଧନ୍ୟବାଦ ଦେବାକୁ କହିଥିଲେ।

ଏହାକୁ ଆଜି ସଫଳ ଭାବେ ପାଳନ କରିଛି ସାରା ଭାରତ। ଆଜି ପୂରା ଦେଶରେ ଜନତା କର୍ଫ୍ୟୁ ଦେଖିବାକୁ ମିଳିଥିଲା। ଲୋକମାନେ ଘରୁ ବାହାରକୁ ବାହିରି ନଥିଲେ। ଦୋକାନ ବଜାର ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଥିଲା। ସେହିପରି ସନ୍ଧ୍ୟା ୫ଟାରେ ବାଲକୁନିରେ ଛିଡ଼ା ହୋଇ ତାଳି ମାରିଥିଲେ।

Comment