ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • କରୋନା ପାଇଁ ଟ୍ରେନ୍‌ ଚଳାଚଳ ଉପରେ କଟକଣା
  • ମାର୍ଚ୍ଚ ୩୧ ରାତି ୧୨ଟା ଯାଏଁ ସବୁ ଟ୍ରେନ୍‌ ବାତିଲ
  • ମେଲ୍‌, ଏକ୍ସପ୍ରେସ୍‌ ଏବଂ ପାସେଞ୍ଜର ଟ୍ରେନ୍‌ ବାତିଲ
  • ୧୨ ହଜାର ୫୦୦ ପାସେଞ୍ଜର ଟ୍ରେନ୍‌ ବାତିଲ
  • ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବଡ଼ ନିଷ୍ପତ୍ତି

କରୋନା ସଂକ୍ରମଣ ରୋକିବା ପାଇଁ ଭାରତୀୟ ରେଲୱେ ବୋର୍ଡ ବଡ଼ ପଦକ୍ଷେପ ନେଇଛି। ଟ୍ରେନ୍‌ ଚଳାଚଳ ଉପରେ କଟକଣା ଲଗାଯାଇଛି। ମାର୍ଚ୍ଚ ୩୧ ତାରିଖ ଯାଏଁ ସବୁ ଯାତ୍ରୀବାହୀ ଟ୍ରେନ୍‌ ବାତିଲ କରାଯାଇଥିବା ସୂଚନା ଦିଆଯାଇଛି।

ରେଲୱେ ବୋର୍ଡ ନିଷ୍ପତ୍ତି ଅନୁସାରେ ମେଲ୍‌, ପାସେଞ୍ଜର, ଇଣ୍ଟରସିଟି ଓ ଏକ୍ସପ୍ରେସ୍‌ ଟ୍ରେନ୍‌ ବାତିଲ କରାଯାଇଛି। ମାର୍ଚ୍ଚ ୩୧ ରାତି ୧୨ଟା ଯାଏଁ ଏସବୁ ଟ୍ରେନ୍‌ ଚାଲିପାରିବ ନାହିଁ। କେବଳ ମାଲବାହୀ ଟ୍ରେନ୍‌ ଚଳାଚଳ ଉପରେ କୌଣସି କଟକଣା ନାହିଁ।

ରେଳ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଟ୍ରେନ୍‌ରେ ଯାତ୍ରା କରୁଥିବା କିଛି ଯାତ୍ରୀଙ୍କଠାରେ କରୋନା ଭାଇରସ୍‌ ଚିହ୍ନଟ ହୋଇଛି। ଟ୍ରେନ୍‌ରେ ବହୁ ସଂଖ୍ୟାରେ ଯାତ୍ରୀ ଯାତାୟତ କରୁଛନ୍ତି। ଏଣୁ ସବୁ ବର୍ଗର ଯାତ୍ରୀଙ୍କ ସୁରକ୍ଷାକୁ ବିଚାର କରି ରେଲୱେ ବୋର୍ଡ ଏହି ନିଷ୍ପତ୍ତି ନେଇଛି।

ଭାରତୀୟ ରେଳ ପକ୍ଷରୁ ୧୨ ହଜାର ୫୦୦ ଟ୍ରେନ୍‌ ଚଳାଚଳ କରୁଥିଲା। ସେଥିମଧ୍ୟରେ ୯ ହଜାର ପାସେଞ୍ଜର ଟ୍ରେନ୍‌ ଥିବା ବେଳେ ୩ ହଜାର ୫୦୦ ହେଉଛି ମେଲ୍‌ ଏକ୍ସପ୍ରେସ୍‌। ଏସବୁ ଟ୍ରେନ୍‌ ବାତିଲ କରାଯାଇଛି।

ସାରା ଦେଶରେ ଜନତା କର୍ଫ୍ୟୁ ପାଇଁ ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି। ପୂର୍ବତଟ ରେଳବାଇ ପକ୍ଷରୁ ଭୋର୍‌ ୪ଟାରୁ ରାତି ୧୦ଟା ଯାଏଁ ୧୪୧ଟି ଟ୍ରେନ୍‌ ବାତିଲ କରାଯାଇଥିଲା।

Comment