ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ଆତଙ୍କ ପରେ ବଜାରରେ ସାନିଟାଇଜର ଅଭାବ ଦେଖାଯାଇଛି। ଏହାମଧ୍ୟରେ ବ୍ରହ୍ମପୁରରେ ଆଇଟିଆଇ ଓ ଆଇଜର ଛାତ୍ରଛାତ୍ରୀମାନେ ସାନିଟାଇଜର ତିଆରି କରିଛନ୍ତି। ଏହି ଦୁଇ ଅନୁଷ୍ଠାନ ମିଳିତ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗାଇଡ଼ଲାଇନ ଅନୁସାରେ ଆଇଜର ଲାବୋରେଟୋରୀରେ ଆଇଜର ପ୍ରଫେସରଙ୍କ ତତ୍ୱାବଧାନରେ ସାନିଟାଇଜର ତିଆରି କରୁଛନ୍ତି।

୩୫୦ ବୋତଲ ସାନିଟାଇଜର ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଦିଆଯାଉଛି। ଯେତେ ସଂଖ୍ୟକ ସାନିଟାଇଜର ବୋତଲ ଆବଶ୍ୟକ ତାହା ଯୋଗାଇ ଦେବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ଆଇଟିଆଇ ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ କହିଛନ୍ତି।

କରୋନା ଭାଇରସରୁ ମୁକ୍ତି ଓ ତାକୁ ପ୍ରତିହତ କରିବା ପାଇଁ ଘଡ଼ିକୁ ଘଡି ସାନିଟାଇଜରରେ ହାତ ଧୋଇବା  ଜରୁରୀ। ତେବେ ଏହାର ଚାହିଦା ଅଚାନକ ବୃଦ୍ଧି ପାଇବା ପରେ ବଜାରରେ ସାନିଟାଇଜର ଆଉ ମିଳୁନାହିଁ ଓ କରୋନା ଭାଇରସ ବିରୋଧରେ ଲଢ଼ୁଥିବା ବ୍ୟକ୍ତିମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Comment