ଓଡ଼ିଶାଲାଇଭ୍କରୋନା ବ୍ୟୁରୋ

 

କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ନାକେଦମ ହୋଇ ପଡ଼ିଥିବା ବେଳେ ଭାରତରେ ରୋଗର ପ୍ରକୃତ ଅବସ୍ଥା କ’ଣ ତାହା ଜାଣିବା ପାଇଁ ଆମକୁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ହେବ। କରୋନା ସଂକ୍ରମଣ ଦେଶରେ କେଉଁ ପର୍ଯ୍ୟାୟରେ ପହଞ୍ଚିଛି ଓ ଗୋଷ୍ଠୀ ଭିତରେ ସଂକ୍ରମଣ ପଶିଛି କି ନା ତାହା ମଙ୍ଗଳବାର ଦିନ ସ୍ପଷ୍ଟ ହୋଇଯିବ।

ସଂକ୍ରମଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି କି ଦ୍ଵିତୀୟ ପର୍ଯ୍ୟାୟରେ ହିଁ ଅଟକିଛି ସେ ବିଷୟ ଆସନ୍ତା କାଲି ଜଣାପଡ଼ିବ ବୋଲି କହିଛନ୍ତି ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ବା ଆଇସିଏମଆରର ମହାମାରୀ ବିଶେଷଜ୍ଞ ଡାକ୍ତର ଆର୍‌ଆର୍‌ ଗଙ୍ଗାଖେଦକର।

ପରିଷଦ ପକ୍ଷରୁ ଯେଉଁ ଗାଣିତିକ ମଡେଲ ବା ସୂତ୍ର ତିଆରି କରାଯାଇଛି ତାହାର ଫଳ ମଙ୍ଗଳବାର ଆସିବ। ତେବେ ଯାଇ ଭାରତରେ କରୋନା ସଂକ୍ରମଣ କେଉଁ ସ୍ତରରେ ରହିଛି ତାହା ସ୍ପଷ୍ଟ ଭାବରେ ଜଣାପଡ଼ିବ ବୋଲି ସେ କହିଛନ୍ତି।

Comment