ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଲକଡାଉନର ଦ୍ୱିତୀୟ ଦିନରେ ରାଜଧାନୀର ବିଭିନ୍ନ ଛକରେ ଚେକିଂ ଜୋରଦାର ହୋଇଛି। ଅଡ୍-ଇଭିନକୁ ନେଇ ପୋଲିସ୍ ପକ୍ଷରୁ ଏହି ଚେକିଂ କରାଯାଉଛି। ଏହି କାରଣରୁ ରାଜଧାନୀର ବିଭିନ୍ନ ଛକରେ ଆଜି ଗାଡ଼ିମାନଙ୍କର ଗହଳି ଦେଖିବାକୁ ମିଳିଛି।

ରାଜଧାନୀର ନାଲକୋ ଛକ, ଜୟଦେବ ବିହାର ଛକ, ଏଜି ଛକ ଆଦିରେ ଏହି ଚେକିଂ କରାଯାଉଛି। ଆଜି ୨୩ ତାରିଖ ଥିବା ହେତୁ ରାଜରାସ୍ତାରେ କେବଳ ଅଡ୍ ନମ୍ବରର ଗାଡ଼ି ଅର୍ଥାତ ଅଯୁଗ୍ମ ନମ୍ବରର ଗାଡ଼ି ଗଡ଼ିବାକୁ ବିଏମସି ଘୋଷଣା କରିଛି। ଯେଉଁ ଯୁଗ୍ମ ନମ୍ବରର ଗାଡ଼ି ରାସ୍ତାରେ ଗଡୁଛି ପୋଲିସ୍ ତାଙ୍କୁ ରାସ୍ତାରେ ଅଟକାଉଥିବା ଦେଖିବାକୁ ମିଳୁଛି। ଗାଡ଼ିକୁ ଅଟକାଇବା ସହ ବିଏମସିର ନିର୍ଦ୍ଦେଶ ମାନିବାକୁ ଲୋକମାନଙ୍କୁ ପୋଲିସ୍ ପରାମର୍ଶ ଦେଉଛି।

କିଛି ଦିନ ତଳେ ବିଏମସି ପକ୍ଷରୁ ଏଭଳି ଗାଇଡଲାଇନ୍ ଜାରି କରାଯାଇଥିଲା। ଯେଉଁଥିରେ ରାଜଧାନୀରେ ଅଡ୍-ଇଭିନ୍ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏଥିରେ ଯୁଗ୍ମ ଦିନରେ ଇଭିନ୍ ନମ୍ବର ଗାଡ଼ି ଓ ଅଯୁଗ୍ମ ନମ୍ବରରେ ଅଡ୍ ନମ୍ବରର ଗାଡ଼ି ଗଡ଼ିବାକୁ କୁହାଯାଇଛି।

Comment