ଓଡ଼ିଶାଲାଇଭ୍‌ ବ୍ୟୁରୋ

କମଲନାଥ ସରକାରର ପତ୍ତନ ପରେ ମଧ୍ୟପ୍ରଦେଶ ମଙ୍ଗ ଧରିଛନ୍ତି ଶିବରାଜ ସିଂହ ଚୌହାନ। ସେ ଆଜି ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମଧ୍ୟପ୍ରଦେଶରେ ବିଜେପି ଶିବରାଜଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରିବା ପରେ ସେ ଶପଥ ନେଇଥିଲେ।

ମଧ୍ୟପ୍ରଦେଶରେ ଗତ କିଛିଦିନ ହେଲା ସରକାର ଗଠନକୁ ନେଇ ନାକଟକବାଜୀ ଲାଗି ରହିଥିଲା। କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ୨୨ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେବା ପରେ କମଲନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ବିଧାନସଭାରେ ଫ୍ଲୋର ଟେଷ୍ଟ ଦେବାକୁ ସୁପ୍ରିମକୋର୍ଟ କମଲନାଥଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କମଲନାଥ ଫ୍ଲୋର ଟେଷ୍ଟ ଦେଇପାରି ନଥିଲେ।

କଂଗ୍ରେସରୁ ଇସ୍ତଫା ଦେଇଥିବା ୨୨ ବିଧାୟକ ବିଜେପିରେ ଯୋଗ ଦେଇଥିଲେ। ବିଜେପି ସରକାର ଗଠନ କରିବା ସ୍ପଷ୍ଟ ହୋଇଯାଇଥିଲା। ଆଜି ଶିବରାଜ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୨୦୦୫ ନଭେମ୍ବରରେ ଶିବରାଜ ପ୍ରଥମ ଥର ପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୮ ଡିସେମ୍ବର ୧୨ରେ ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୩ ଡିସେମ୍ବର ୮ରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Comment