ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

Lokaseva Bhawan

କରୋନା ସ୍ଥିତିର ମୁକାବିଲା ପାଇଁ ସୋମବାର ଏକ ଗୁରୁତ୍ଵପୁର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଜରୁୀର ସେବା ପ୍ରଦାନକାରୀଙ୍କୁ ୬ମାସ ପର୍ଯ୍ୟନ୍ତ ଏସମା ଲାଗୁ କରାଯାଇଛି। ଫଳରେ କରୋନା ସ୍ଥିତିରେ ସୁଧାର ନଆସିବା ଯାଏଁ ଜରୁୀର ସେବା ପ୍ରଦାନକାରୀ ସଂଗଠନ ସହ ଜଡ଼ିତ କର୍ମଚାରୀମାନେ କୌଣସି ଆନ୍ଦୋଳନ କରିପାରିବେ ନାହିଁ।

ବିଶେଷ କରି ସହରାଞ୍ଚଳରେ ଏହି କଟକଣା ଜାରି ହୋଇଛି। ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ, ଓଡିଶା ଜଳ ନିଗମ, ସଫେଇ କର୍ମଚାରୀ ଓ ଜନସ୍ୱାସ୍ଥ୍ୟ ଭଳି ସଂଗଠନ ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ କୌଣସି ପ୍ରକାର ଆନ୍ଦୋଳନ ବା ଧର୍ମଘଟ କରିବାକୁ ମନା ହୋଇଛି। ଜରୁରୀ ସେବା ରକ୍ଷଣାବେକ୍ଷଣ ନିୟମ(ESMA) ଅନୁଯାୟୀ ଏହି କଟକଣା ଜାରି କରାଯାଇଛି।

ଏହି କଟକଣାରେ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

କରୋନାକୁ ନେଇ ଦେଶରେ ସ୍ଥିତିରେ ଗମ୍ଭୀର ହେବାକୁ ଲାଗିଛି। ବର୍ତ୍ତମାନ ସୁଦ୍ଧାରେ ଦେଶରେ ୪୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ କରୋନା ଆକ୍ରାନ୍ତଙ୍କୁ ନିକଟସ୍ଥ ମେଡିକାଲର ଆଇସୋଲେସନ ଓ୍ଵାର୍ଡରେ ଭର୍ତ୍ତି କରାଯାଇଛି।

ଏହସହ କରୋନା ଭାଇରସଠାରୁ ରକ୍ଷାପାଇବା ପାଇଁ ବିଭିନ୍ନ ରାଜ୍ୟ ଲକ୍‌ଡାଉନ ଘୋଷଣା ହୋଇଛି। ଲକ୍‌ଡାଉନ୍‌କୁ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

Comment