ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ଜୋରଦାର ହେଲା ଲକଡାଉନ୍‌ କଟକଣା। ଆଜି ସକାଳୁ ଗଞ୍ଜାମ ଜିଲ୍ଲାରେ ଆତ୍ୟାବଶକୀୟ ଜିନିଷ ଦୋକାନକୁ ଛାଡ଼ିଦେଲେ ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିଥିଲା। ଏହାସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଥିଲା।

ଏହାସହ ନିୟମ ଉଲ୍ଲଘଂନ କଲେ ଲୋକଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଛି। ଅତିଆବଶ୍ୟକ ଥିଲେ ଗାଡ଼ି ଚଳାଇବେ ବୋଲି ଲୋକଙ୍କୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି। ସେହିପରି ଜିଲ୍ଲାର ସବୁ ଅନ ସପ୍‌ ଏବଂ ଅଫ ସପ୍‌ ମଦ ଦୋକାନ ମାର୍ଚ୍ଚ ୨୯ ତାରିଖ ଯାଏଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ।

ଆଜି ରାତି ବାରଟାରୁ ସମସ୍ତ ସିଟି ବସ ଚଳାଚଳ ବନ୍ଦ ରହିବ। ଏହାସହ ଆସନ୍ତା କାଲି ଦିନ ୧୧ଟାରୁ ରାଜ୍ୟରେ ସମସ୍ତ ବସ୍‌ ଚଳାଚଳ ମଧ୍ୟ ବନ୍ଦ ରହିବ। ଆଜି ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଗାଡି ବ୍ଲକିଙ୍ଗ ହୋଇଥିଲା।

କରୋନା ଭାଇରସକୁ ଯେଭଳି ପ୍ରତିହତ କରିହେବ ସେଥିପାଇଁ ରାଜ୍ୟ ସରକାର ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ଗଞ୍ଜାମ ସମେତ ୧୪ ଜିଲ୍ଲା ଓ ୮ ବୃହତ ସହରରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ନିୟମକୁ ଗଞ୍ଜାମ ଜିଲ୍ଲାରେ କଡ଼ାକଡ଼ି କରାଯାଇଛି।

Comment