ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାମାରୀ କରୋନା ଭାଇରସ୍‌ (କୋଭିଡ୍‌ ୧୯) ପାଇଁ ପାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ କରିବାର ଅବଧି ବଢ଼ିଲା। କେନ୍ଦ୍ର ସରକାର ଏହି ଅବଧିକୁ ଜୁନ୍‌ ୩୦ ଯାଏଁ ବଢ଼ାଇଛନ୍ତି। ଏନେଇ ଆଜି ପ୍ରେସ୍‌ ମିଟ୍‌ରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ପୂର୍ବରୁ ମାର୍ଚ୍ଚ ୩୦ ଯାଏଁ ଡେଡ୍‌ଲାଇନ୍‌ ଥିଲା। ହେଲେ କରୋନା ଭାଇରସ ପାଇଁ ସାରା ଦେଶର ବିଭିନ୍ନ ଜିଲ୍ଲାରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏଭଳି ପରିସ୍ଥିତିରେ ଲୋକମାନେ ଘରୁ ବାହାରି ବିଭିନ୍ନ କାଗଜପତ୍ର କାର୍ଯ୍ୟ କରିବା ସମ୍ଭବ ନୁହେଁ। ଏଥିପାଇଁ ଏହି ଲିଙ୍କ୍‌ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here