ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ସମଗ୍ର ରାଜ୍ୟରେ ଲାଗୁ ହୋଇଛି ଲକ୍‌ଡାଉନ୍‌। ଏହା ସତ୍ୱେ ଏହାକୁ ଉଲଂଘନ କରିଥିବା ଅଭିଯୋଗରେ ଗଞ୍ଜାମ ପୁରୁଷୋତ୍ତମପୁର ପୋଲିସ ଆଜି ୧୦ ଜଣଙ୍କୁ ଅଟକ ରଖିଛି। ଏମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡର ୧୮୮ ଓ ୨୭୧ ଧାରାରେ ମାମଲା ରୁଜୁ ହୋଇଛି।

କରୋନା ଆତଙ୍କ ପାଇଁ ଦଣ୍ଡ ନାଚ ଦଳ ନ ବାହାରିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପୂର୍ବରୁ ସତର୍କ କରାଇଥିଲା। ଏହା ସତ୍ତ୍ଵେ ଯାମୁନିର ଏହି ୧୦ ଜଣ ଦଣ୍ଡୁଆ କଟକଣା ଉଲଂଘନ କରି ଅଡୁଆରେ ପଡିଛନ୍ତି। ନିୟମ ଉଲ୍ଲଘଂନ କରି ଏମାନେ ଦଣ୍ଡ ନାଚ କରୁଥିବାରୁ ପୋଲିସ ଦଣ୍ଡୁଆଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛି।

ପୋଲିସର ଏଭଳି ପଦକ୍ଷେପ ଗଞ୍ଜାମର ଅନ୍ୟ ଦଣ୍ଡ ନାଚ ଦଳଗୁଡ଼ିକ ପ୍ରତି ଏକ ସତର୍କ ଘଣ୍ଟି ବୋଲି ଅନୁମାନ କରାଯାଉଛି। ଏହାସହ ବର୍ତ୍ତମାନ କରୋନା ପାଇଁ ଗଞ୍ଜାମ ସମେତ ସାରା ଓଡ଼ିଶାରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।

Comment