ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନାର ତାଜା ସ୍ଥିତି ସମ୍ପର୍କରେ ସୂଚନା ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୫୧୧ ଥିବା ବେଳେ ଆଜି ତାହା ବୃଦ୍ଧିପାଇ ୫୬୨ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଭାଇରସ୍‌ ୧୧ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ସୂଚନା ଦେଇଛନ୍ତି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୨ ହଜାର ୪ ଥିବା ବେଳେ ବୁଧବାର ଅପରାହ୍‌ଣ ୩ଟା ସୁଦ୍ଧା ୪ ଲକ୍ଷ ୨୨ ହଜାର ୪୨୯ରେ ପହଞ୍ଚିଛି।

ସେହିପରି ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଗତକାଲି ୧୬ ହଜାର ୫୫୮ ଥିବା ବେଳେ ଆଜି ତାହା ୧୮ ହଜାର ୯୦୭ରେ ପହଞ୍ଚିଛି। ସେହିପରି କରୋନାରୁ ୧ ଲକ୍ଷ ୯ ହଜାର ୧୦୨ ଜଣ ସୁସ୍ଥ ହୋଇଥିବା ଶ୍ରୀ ବାଗ୍‌ଚି ସୂଚନା ଦେଇଛନ୍ତି।

ଓଡ଼ିଶାରେ ୧୩୩ଟି ନମୁନା ପରୀକ୍ଷା ହୋଇଥିଲା। ସେଥିରୁ ୧୨୯ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ପଜିଟିଭ୍‌ ୨ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ରାଜ୍ୟ ସରକାରଙ୍କ ୱେବସାଇଟ୍‌ରେ ୪୦୧୫ ଜଣ ବିଦେଶ ଫେରନ୍ତା ପଞ୍ଜୀକରଣ କରିଛନ୍ତି।

Comment